ବସଷ୍ଟାଣ୍ଡରୁ ନାବାଳିକାକୁ ଅପହରଣ : ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ନାବାଳିକାଙ୍କୁ ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସତ । ସମ୍ପର୍କୀୟଙ୍କ ସହ କଥା ହୋଇ ଗୋଟି ଗୋଟି କରି ସବୁ କଥା କହିଛନ୍ତି ନାବାଳିକା ଜଣକ । ଅଭିଯୋଗ ଅନୁସାରେ, ଏକ ପାଖିଆ ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ପ୍ରେମିକ ।

ODISHA RAPE

ODISHA RAPE Photograph: (KANAK NEWS)

କନକ ବ୍ୟୁରୋ: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ନାବାଳିକାଙ୍କୁ ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସତ । ସମ୍ପର୍କୀୟଙ୍କ ସହ କଥା ହୋଇ ଗୋଟି ଗୋଟି କରି ସବୁ କଥା କହିଛନ୍ତି ନାବାଳିକା ଜଣକ । ଅଭିଯୋଗ ଅନୁସାରେ, ଏକ ପାଖିଆ ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ପ୍ରେମିକ । 

ଏହାପରେ ଗତ ୧୭ ତାରିଖରେ ନାବାଳିକାଙ୍କୁ ନୂଆ ବସଷ୍ଟାଣ୍ଡ ପାଖକୁ ଡାକି ନିକ ସହଯୋଗୀମାନଙ୍କ ସହାୟତାରେ ଏକ କାରରେ ଅପହରଣ କରି ନେଇଥିଲା । ନିଶା ଦେଇ ନାବାଳିକାଙ୍କୁ ଅଚେତ କରିଥିଲା ଅଭିଯୁକ୍ତ। ଚେତା ଫେରିଲା ବେଳକୁ ଏକ ରୁମ୍ ଭିତରେ ଉଲଗ୍ନ ଅବସ୍ଥାରେ ନିଜକୁ ଦେଖିବାକୁ ପାଇଥିଲେ ପୀଡ଼ିତା। ଏପରିକି ତାଙ୍କ ହାତ ଗୋଡ଼ ବନ୍ଧା ଯାଇଥିଲା । ଖାଲି ସେତିକି ନୁହେଁ, ଚେତା ଫେରିବା ପରେ ପୁଣିଥରେ ମୁଁହରେ ରୁମାଲରେ ନିଶା ଦେଇ ମୁଁହଙ୍କୁ ଚାପି ରଖି ବେହୋସ କରାଯାଇଥିଲା। ତେବେ ଏନେଇ ମୁଁହ ଖୋଲିଛନ୍ତି ପୀଡିତାଙ୍କ ପରିବାର ।

ଆହୁରି ପଢ଼ନ୍ତୁ : ଏଣିକି ଆବାସିକ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି : ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଜାଣିରଖିବା ଉଚିତ ଯେ, ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରେ ନାବାଳିକା ନିଖୋଜ ଏବଂ ଦୁଷ୍କର୍ମ ଘଟଣା ଦିନକୁ ଦିନ ସମ୍ବେଦନଶୀଳ ହୋଇ ଉଠିଛି। ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ପୀଡ଼ିତା ପରିବାରକୁ ଭେଟିବା ପାଇଁ ତାଙ୍କ ଗାଁ ଅଭିମୁଖେ ଯାଇଛନ୍ତି। ଏହି ଟିମ୍ ମଧ୍ୟ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ଏବଂ ପୀଡ଼ିତା ପରିବାରକୁ ନ୍ୟାୟ ଦାବି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe