କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଧରିଛି କ୍ରାଇମବ୍ରାଞ୍ଚ । ଏହି ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ ମାଧ୍ୟମିକ ଶିକ୍ଷା ବୋର୍ଡ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରଣା ବୋଲି ଜଣାପଡିଛି । ଜୀତନ ବୋର୍ଡ ଉପସଭାପତିଙ୍କ ଲ୍ୟାପଟପରୁ ପ୍ରଶ୍ନପତ୍ର ଚୋରି କରିଥିଲା । ଜୀତନଙ୍କ ସହ ୬ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ ।
ପ୍ରଶ୍ନପତ୍ର ଲିକର ଚେର ଅନ୍ୟଜିଲ୍ଲାକୁ ବି ଲମ୍ବିଛି । ଯେଉଁମାନେ ଗତ ଓଟିଇଟି ପରୀକ୍ଷାରେ ସଫଳ ହୋଇନଥିଲେ ସେମାନଙ୍କୁ ଟାର୍ଗେଟ କରିଥିଲେ ଅଭିଯୁକ୍ତମାନେ । କୁହାଯାଉଛି ଏହି ରାକେଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକ୍ରିୟ ରହିଛି ଓ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି । ପ୍ରଶ୍ନପତ୍ର ଲିକ କାରଣରୁ ଗତ ୨୦ ତାରିଖରେ ଓଟିଇଟି ପରୀକ୍ଷା ସ୍ଥିଗତ ରହିଥିଲା ।
ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ବ୍ରହ୍ମପୁରରୁ ଜଣକୁ ଉଠାଇ ନେଉଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୬ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରେ ଅଛନ୍ତି ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଅଞ୍ଚଳ କେଶବ ନଗର ୫ମ ଲାଇନର ଅଜୟ କୁମାର ସାହୁ । ତାଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/31/otet-question-paper-leak-2025-07-31-08-24-07.jpg)