୪ ମାସର ପ୍ରେମ ୪ ଦିନରେ ଶେଷ : ଢେଙ୍କାନାଳ କଙ୍କଡ଼ାହାଡ଼ରେ ସନ୍ଦେହଜନକ ଅବସ୍ଥାରେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କନ୍ଧରା ଗାଁରେ । ମୃତକ ଜଣକ ସେହି ଗାଁର ଦୀପାଲି ମହାରଣା । ଦୀପାଲି ଏହି ମାସ ୨୫ ତାରିଖରେ ପରଜଙ୍ଗ ଥାନା ହାତୀଲୁଚାଣି ଗାଁର ବିରେନ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । 

8

କନକ ବ୍ୟୁରୋ : ୪ ମାସର ପ୍ରେମ ୪ ଦିନରେ ଶେଷ । ସନ୍ଦେହଜନକ ଅବସ୍ଥାରେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କନ୍ଧରା ଗାଁରେ । ମୃତକ ଜଣକ ସେହି ଗାଁର ଦୀପାଲି ମହାରଣା । ଦୀପାଲି ଏହି ମାସ ୨୫ ତାରିଖରେ ପରଜଙ୍ଗ ଥାନା ହାତୀଲୁଚାଣି ଗାଁର ବିରେନ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । 

ବିରେନ ଢେଙ୍କାନାଳ ବସଷ୍ଟାଣ୍ଡରେ ପାଣି ବୋତଲ ବିକ୍ରି କରୁଥିବା ବେଳେ ୪ ମାସ ତଳେ ଦୀପାଲିଙ୍କ ସହ ଢେଙ୍କାନାଳ ବସଷ୍ଟାଣ୍ଡରେ ତାଙ୍କର ଦେଖାହୋଇଥିଲା । ଏହାପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଉଭୟଙ୍କ ମଧ୍ୟରେ ଚାରିମାସ ହେବ ପ୍ରେମସମ୍ପର୍କ ହୋଇଥିବା ବେଳେ ଜୁଲାଇ ୨୫ ତାରିଖରେ ଉଭୟ ଘରୁ ଲୁଚି ଏକ ମନ୍ଦିରରେ ବିବାହ କରିଥିଲେ । ଗତକାଲି ଦୀପାଲି ଓ ବିରେନ ନିଜ ଶ୍ୱଶୂର ଘରକୁ ଆସିଥିଲେ । ତେବେ ସେଠାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମୋବାଇଲ ଫୋନକୁ ନେଇ ପାଟିତୁଣ୍ଡ ହୋଇଥିଲା । ତାର କିଛି ସମୟ ପରେ ଦୀପାଲିଙ୍କ ମୃତଦେହ କନ୍ଧରା ଗାଁ କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । କଙ୍କଡାହାଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛି । ପୁଲିସ ଦୀପାଲିଙ୍କ ସ୍ୱାମୀ ବିରେନ ନାୟକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe