ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର : ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି

ଗିରଫ ଗୁଳି ବ୍ୟବସାୟୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଧବଣିଷୋଳର ଚିତ୍ତରଞ୍ଜନ ଗିରି । ୬୭ ବର୍ଷୀୟ ବୃଦ୍ଧ କରୁଛନ୍ତି ଏଭଳି ସାଙ୍ଘାତିକ ବ୍ୟବସାୟ । 

Gun1

Photograph: (KanakNews )

କନକ ବ୍ୟୁରୋ : ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର । ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି । ୨୦୧୫ରୁ ୨୦୨୫ ମଧ୍ୟରେ ନିଜ ବନ୍ଧୁକ ନାଁରେ କିଣିଛନ୍ତି ୯୫୪ଟି ଗୁଳି । ଶିକାରୀଙ୍କୁ ଗୁଳି ବିକ୍ରି କରି ରୋଜଗାର କରୁଥିଲେ ଟଙ୍କା । ୨୦୨୩ ମସିହାରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିବା ଏକ ବନ୍ୟଜନ୍ତୁ ଶିକାର ଘଟଣାରେ ଗିରଫ କରାଯାଇଥିବା ୩ଜଣ ଶିକାରୀଙ୍କ ବୟାନକୁ ଆଧାର କରି ଏହି ଗୁଳି ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛି ବାଙ୍ଗିରିପୋଷି ପୋଲିସ । ଗିରଫ ଗୁଳି ବ୍ୟବସାୟୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଧବଣିଷୋଳର ଚିତ୍ତରଞ୍ଜନ ଗିରି । ୬୭ ବର୍ଷୀୟ ବୃଦ୍ଧ କରୁଛନ୍ତି ଏଭଳି ସାଙ୍ଘାତିକ ବ୍ୟବସାୟ । 

ଅଭିଯୁକ୍ତ ଠାରୁ ତାର ଲାଇସେନ୍ସ ବନ୍ଧୁକ, ୪ଟି ଅଫୁଟା ଗୁଳି ଓ ୩୫ଟି ଗୁଳି କିଣିଥିବାର ରସିଦକୁ ଜବତ୍ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାଙ୍ଗିରିପୋଷି ପୁଲିସ । ଅଭିଯୁକ୍ତ ବୃଦ୍ଧ ଜଣଙ୍କ ବାଲେଶ୍ଵର, ଭୁବନେଶ୍ବର, କଟକ ଓ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଏହିସବୁ ଗୁଳି କିଣିଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ ସେ କିଭଳି ଭାବେ ଏତେ ପରିମାଣର ଗୁଳି କିଣୁଥିଲା ଏବଂ ଏଥିପ୍ରତି ଆଜିଯାଏଁ କାହାରି ଦୃଷ୍ଟି ଆକର୍ଷଣ ନହେବା ଘଟଣା ସମସ୍ତଙ୍କୁ ସନ୍ଦେହରେ ପକାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe