କନକ ବ୍ୟୁରୋ : କୋଲକାତାରେ ଆଇନ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଛି । ଏଫ୍‌ଆଇଆର୍‌ ଅନୁଯାୟୀ, ପୀଡ଼ିତା ଜଣେ ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ କ୍ୟାମ୍ପସକୁ ଅପରାହ୍ନ ୪ଟା ବେଳେ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି, ଜଣେ ପୂର୍ବତନ ଛାତ୍ର ଓ ଅନ୍ୟ ଦୁଇ ସିନିୟର ଛାତ୍ର, ଛାତ୍ରୀଙ୍କୁ କଲେଜର ସୁରକ୍ଷା କର୍ମୀଙ୍କ ରୁମକୁ ନେଇ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଅଭିଯୋଗ କରିଛନ୍ତି, ସେ ମୁଖ୍ୟ ଅଭିଯୁକ୍ତଙ୍କ ପାଦ ଛୁଇଁ ଛାଡ଼ିବାକୁ ଅନୁରୋଧ କରିଥିଲେ, କିନ୍ତୁ ଅଭିଯୁକ୍ତ ଶୁଣିନଥିଲେ ।  ଅଭିଯୁକ୍ତ ଅନ୍ୟ ଦୁଇଜଣଙ୍କୁ “ବାହାରକୁ ଯାଇ ଦୁଆର ବନ୍ଦ କରିବାକୁ” ନିର୍ଦ୍ଦେଶ ଦେଇଥିଲେ । ତିନି ଘଣ୍ଟା ଧରି ପୀଡ଼ିତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଚିକିତ୍ସା ପରୀକ୍ଷାରେ ଯୌନ ନିର୍ଯାତନା ସହ ଜଡ଼ିତର ପ୍ରମାଣ ମିଳିଛି । ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଜଣେ ଓକିଲ । ଜାତୀୟ ମହିଳା ଆୟୋଗ ଏହି ଘଟଣାର ସ୍ୱତଃପ୍ରବୃତ୍ତ ତଦନ୍ତ ଆରମ୍ଭ କରିଛି । ବିଜେପି ମମତା ସରକାରଙ୍କୁ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ସମାଲୋଚନା କରିଛି । ଏହି ଘଟଣା ନେଇ ଛାତ୍ର ଓ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରି, ନ୍ୟାୟ ଦାବି କରୁଛନ୍ତି ।

Advertisment

ଆଇନ୍‌ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ସୁରକ୍ଷାକର୍ମୀଙ୍କ ରୁମ୍‌ରେ କରାଯାଇଛି ଦୁଷ୍କର୍ମ 
ସରକାରୀ ଆଇନ୍‌ କଲେଜର ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର
ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ଛାତ୍ର ଅନ୍ୟ ୨ ସିନିୟର
୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ
ଅଭିଯୁକ୍ତ ହେଲେ ମନୋଜିତ ମିଶ୍ର, ଜାହିବ ଅହମଦ ଓ ପ୍ରମିତ ମୁଖୋପାଧ୍ୟାୟ
ରାସ୍ତାକୁ ଓହ୍ଲାଇଲେଣି ବିଭିନ୍ନ ଛାତ୍ର ସଂଗଠନ, ଜୋରଦାର ପ୍ରଦର୍ଶନ କରି ମମତା ଇସ୍ତଫା ଦାବି
ପୁଲିସ ସହିତ ସଂଘର୍ଷରେ କିଛି ଲୋକ ଆହତ ହୋଇଥିଲେ ଏବଂ ଅନେକଙ୍କୁ ଅଟକ ରଖାଯାଇଥିଲା
ମନୋଜିତ ମିଶ୍ର ଟିଏମ୍‌ସି ଛାତ୍ର ପରିଷଦର ପୂର୍ବତନ ଅଧ୍ୟକ୍ଷ
ମୁଖ୍ୟ ଅଭିଯୁକ୍ତ କଲେଜର ପୂର୍ବତନ ଛାତ୍ର ଏବଂ ଆଲିପୁର କୋର୍ଟରେ ଅଭ୍ୟାସ କରୁଥିବା ଜଣେ ଫୌଜଦାରୀ ଓକିଲ 
ମନୋଜିତ କଲେଜ ସହିତ ୪୫ ଦିନିଆ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ଜଡ଼ିତ ଥିଲେ
ଅନ୍ୟ ଦୁଇ ଅଭିଯୁକ୍ତ କଲେଜର ଛାତ୍ର ଏବଂ ପୀଡ଼ିତାଙ୍କ ସିନିୟର
ଆରଜି କର୍‌ ମେଡିକାଲ କଲେଜ ଓ ହସ୍ପିଟାଲ ଗଣଦୁଷ୍କର୍ମ ମାମଲାକୁ ୧୦ ମାସ ନପୂରୁଣୁ...
ପୁଣି ଏକ ଲୋମଟାଙ୍କୁରା ଘଟଣା କୋଲକାତାକୁ ଲଜ୍ଜିତ କରିଛି