ବଲାଙ୍ଗିର କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରୁ ଆସିଲା ସାଂଘାତିକ ଅଭିଯୋଗ : ଜଣେ ପ୍ରସୂତିଙ୍କ ଠାରୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ

କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନର ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ ଲୋକ ନିର୍ଭରଶୀଳ। ହେଲେ ଏଠାରେ ଡାକ୍ତର ଓ ନର୍ସମାନେ ଗର୍ଭବତୀ ମହିଳାଙ୍କ ଠାରୁ ଟଙ୍କା ନେବା ଅଭିଯୋଗ ହୋଇଛି ।

26

କନକ ବ୍ୟୁରୋ : ବଲାଙ୍ଗିର କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରୁ ଆସିଲା ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ହେଉଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଲାଞ୍ଚ ନେବାର ଏକ ଭିଡିଓ ଭାଇରାଲ ହୋଇଛି । କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନର ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ ଲୋକ ନିର୍ଭରଶୀଳ। ହେଲେ ଏଠାରେ ଡାକ୍ତର ଓ ନର୍ସମାନେ ଗର୍ଭବତୀ ମହିଳାଙ୍କ ଠାରୁ ଟଙ୍କା ନେବା ଅଭିଯୋଗ ହୋଇଛି । ଗତ ସୋମବାର ତୁରେକେଲା ବ୍ଲକ ଅଞ୍ଚଳର ଜଣେ ଗର୍ଭବତୀ ମହିଳାତାଙ୍କ ପ୍ରସବ ସମୟ ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । 

ତେବେ ପ୍ରସବ ପାଇଁ ତାଙ୍କୁ ୧୮୦୦ ଶହ ଟଙ୍କା ଆଶା କର୍ମୀଙ୍କ ଜରିଆରେ ଲାଞ୍ଚ ମାଗିଥିଲେ ମେଡିକାଲ କର୍ମଚାରୀ । କଣ୍ଟାବାଞ୍ଜି ଡାକ୍ତରଖାନର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କୁ ୫୦୦ ଶହ ଟଙ୍କା, ନର୍ସ  ଓ ଅନ୍ୟ ଜଣେ ନର୍ସ ଦୁଇ ଜଣଙ୍କୁ ମିଶି ୧୦୦୦ ଟଙ୍କା ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ୩୦୦ ଶହ ଟଙ୍କା ଗର୍ଭବତୀ ମହିଳା ଙ୍କ ସହ ଆସିଥିବା ତୁରେକେଲା ଅଞ୍ଚଳର ଜଣେ ଆଶା କର୍ମୀଙ୍କୁ ମାଧ୍ୟମ କରି ମୋଟ ୧୮୦୦ ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଡ଼ିଓରେ ଆଶା କର୍ମୀ ଜଣକ ସ୍ପଷ୍ଟ ଭାବେ କହିଥିବା ଶୁଣିବାକୁ ମିଳିଛି । ଯାହାକୁ ନେଇ ଅନେକ ବିବାଦ ଦେଖାଦେଲାଣି । ତେବେ ଏନେଇ ସମ୍ପୃକ୍ତ ଡାକ୍ତର ଓ ନର୍ସ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଘଟଣାରେ ତଦନ୍ତ ପାଇଁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe