କନକ ବ୍ୟୁରୋ : ବ୍ରାଉନ ସୁଗାର କାରବାରରେ ଲେଡ଼ି ଡ଼ନ୍ । କଳା ସ୍କର୍ପିଓରୁ ମିଳିଲା ଧଳାଜହର । ୫ ଜିଲ୍ଲା ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ । ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ କରିଛି କମିସନରେଟ୍ ପୁଲିସ୍ । ଅଧକିଲୋରୁ ଅଧିକ ବ୍ରାଉନ ସୁଗାର ଡ଼ିଲ ବେଳେ, ମାଡ଼ି ବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ୫୫୬ ଗ୍ରାମରୁ ଉର୍ଦ୍ଧ ଧଳା ଜହର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ୩ ଅଭିଯୁକ୍ତଙ୍କ ଭିତରର ମାଷ୍ଟର ମାଇଣ୍ଡ ତଥା ଭେଟେରାନ ମହିଳା, ଖୋର୍ଦ୍ଧାର ଅନିତା ପରମଗୁରୁକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ୨୦୨୩ ପରଠାରୁ ଚଳାଉଥିଲା ବ୍ରାଉନ ସୁଗାର କାରବାର । ତାର ୨ ସହଯୋଗୀ ରାଜେନ୍ଦ୍ର କୁମାର ସାହୁ, ଶିବ ପ୍ରସାଦ ଦାସ ନିମାପଡା ଅଞ୍ଚଳର ବୋଲି ଜଣାପଡ଼ିଛି । କଳା ସ୍କର୍ପିଓ ଓ ଧଳା ହେକ୍ଟର ଗାଡ଼ି ଜବତ କରିଛି ପୁଲିସ୍ ।
ବ୍ରାଉନସୁଗାର କାରବାରରେ ଲେଡି ଡେନ୍; କଳା ସ୍କର୍ପିଓରୁ ମିଳିଲା ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର
ଅଧକିଲୋରୁ ଅଧିକ ବ୍ରାଉନ ସୁଗାର ଡ଼ିଲ ବେଳେ, ମାଡ଼ି ବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ୫୫୬ ଗ୍ରାମରୁ ଉର୍ଦ୍ଧ ଧଳା ଜହର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ୩ ଅଭିଯୁକ୍ତଙ୍କ ଭିତରର ମାଷ୍ଟର ମାଇଣ୍ଡ ତଥା ଭେଟେରାନ ମହିଳା, ଖୋର୍ଦ୍ଧାର ଅନିତା ପରମଗୁରୁକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ ।
/kanak/media/media_files/2025/10/17/brown-sugar-racket-2025-10-17-16-59-11.jpg)