ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା : ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି ନିର୍ଯାତନା ଦେଇଥିବା କଥାକୁ କଲେ ଅସ୍ବୀକାର

ମୋ ବିଷୟରେ ସେ ସବୁ ଜାଣିଥିଲେ । ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ । ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଲବ । 

lava

Photograph: (kanaknews)

କନକ ବ୍ୟୁରୋ : ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା । ତେବେ ସୋଲମୀଙ୍କ ସହ କ’ଣ ଥିଲା ସମ୍ପର୍କ ସେନେଇ ସ୍ପଷ୍ଟ କଲେନି । ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ କହିଛନ୍ତି, ମୁଁ କୌଣସି ନିର୍ଯାତନା ଦେଇନି । ମୋ ବିଷୟରେ ସେ ସବୁ ଜାଣିଥିଲେ । ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ । ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଲବ । 

ସେପଟେ ତାଙ୍କ ପ୍ରେମିକା ସୋଲମି ମୃତ୍ୟୁ ପୂର୍ବରୁ କରିଥିବା ଭିଡିଓରେ ଲବ ହାଁସଦା ନିର୍ଯାତନା ଦେଇଥିବା କଥା ସ୍ପଷ୍ଟ କରିଥିଲେ । ତେବେ ନିର୍ଯାତନା ଅଭିଯୋଗକୁ ସ୍ବୀକାର କରିନାହାନ୍ତି ଲବ ହାଁସଦା । ସେ ପୂର୍ବରୁ ବିବାହ କରିଥିବା ଓ ପତ୍ନୀଙ୍କୁ ଛାଡିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ମଧ୍ୟ ମୁହଁ ଖୋଲିନାହାନ୍ତି ସୋସିଆଲ ମିଡିଆ ବ୍ଲଗର ଲବ ହାଁସଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe