ମୟୁରଭଞ୍ଜ ବେଗୁନିଆ ଗାଁରେ କଙ୍ଗାରୁକୋର୍ଟ; ପରକୀୟା ପ୍ରୀତି ଅଭିଯୋଗରେ ଦିଅର-ଭାଉଜଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଲେ

ଇଜଣ ଯୁବକ ଓ ଜଣେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବାର ଭିଡିଓ ଭାଇରାଲ ହେଉଛି । ଅତି ଅମାନବୀୟ ଭାବେ ତିନିଜଣଙ୍କୁ ମାଡ଼ ମାରୁଛନ୍ତି କିଛି ଯୁବକ ଓ ମହିଳା ।

Kangaroo court

Photograph: (Kanak News)

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ବେଗୁନିଆ ଗାଁରେ କଙ୍ଗାରୁ କୋର୍ଟ । ଦୁଇଜଣ ଯୁବକ ଓ ଜଣେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବାର ଭିଡିଓ ଭାଇରାଲ ହେଉଛି । ଅତି ଅମାନବୀୟ ଭାବେ ତିନିଜଣଙ୍କୁ ମାଡ଼ ମାରୁଛନ୍ତି କିଛି ଯୁବକ ଓ ମହିଳା । ଖବର ପାଇ ପୋଲିସ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ପରକୀୟା ପ୍ରୀତି ସନ୍ଦେହରେ ସେମାନଙ୍କୁ ମାଡ଼ ମରାଯାଉଥିବା କୁହାଯାଉଛି । ସୂଚନା ଅନୁସାରେ ଦିଅର ଭାଉଜ ବଜାରକୁ ଯାଇ ଫେରିବା ସମୟରେ ପରିବାରର ଅନ୍ୟ ଲୋକଙ୍କ ନଜରରେ ପଡ଼ିଥିଲେ । ପରକୀୟା ପ୍ରୀତି ସନ୍ଦେହ କରି ସେମାନଙ୍କୁ ମାଡ଼ ମରିଛନ୍ତି ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe