Advertisment
ଅପରାଧ

କନକ ନ୍ୟୁଜ ହାତରେ ଏକ୍ସକ୍ଲୁସିଭ ତଥ୍ୟ; ଶୁଭମିତ୍ରା ବିଭିନ୍ନ ସମସ୍ୟା ନେଇ ଯାଇଥିଲେ ଡାକ୍ତରଖାନା

ମୃତ୍ୟୁ ପୂର୍ବରୁ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ମାନସିକ ଅବସାଦରେ ଥିଲେ । ଏକଥା ସୋସିଆଲ ମିଡିଆ ପୋଷ୍ଟ ହିଁ ବୟାନ କରୁଛି । ପୋଷ୍ଟରେ ସେ ଚାପରେ ଥିବା ଉଲ୍ଲେଖ କରିଛନ୍ତି ।

 Photograph: (Kanak News)
Photograph: (Kanak News)

କନକ ବ୍ୟୁରୋ : ରିଲ୍ସ ପରେ କନକ ନ୍ୟୁଜ ହାତରେ ଲାଗିଛି ଶୁଭମିତ୍ରାଙ୍କ ଶେଷ ପ୍ରେସକ୍ରିପ୍ସନ । ଜୁଲାଇ ୨୧ତାରିଖ ଦିନ ୧୦ଟା ୨୧ମିନିଟ ସମୟରେ ଡାକ୍ତରଖାନା ଯାଇଥିଲେ ଶୁଭମିତ୍ରା । ବିଭିନ୍ନ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଯାଇଥିଲେ ଶୁଭମିତ୍ରା । ଡାକ୍ତର ତାଙ୍କୁ କିଛି ଔଷଧ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ତେବେ ତାଙ୍କ ପ୍ରେସକିପ୍ସନ ଅନୁଯାୟୀ ତାଙ୍କର ‘ଟିଏସ୍‌ଏଚ୍‌’ ସାମାନ୍ୟ ଠାରୁ କମ୍‌ ଥିବା ଉଲ୍ଲେଖ କରାଯାଇଛି ।

Advertisment

ମୃତ୍ୟୁ ପୂର୍ବରୁ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ମାନସିକ ଅବସାଦରେ ଥିଲେ । ଏକଥା ସୋସିଆଲ ମିଡିଆ ପୋଷ୍ଟ ହିଁ ବୟାନ କରୁଛି । ପୋଷ୍ଟରେ ସେ ଚାପରେ ଥିବା ଉଲ୍ଲେଖ କରିଛନ୍ତି । ଏହି ପୋଷ୍ଟ ବୟାନ କରୁଛି, ସେ ପ୍ରକୃତରେ କେତେ ଚାପରେ ଥିଲେ । ମୁଁ ଯାହାକୁ ଖୁସିରେ ରହିବାକୁ ଚାହୁଁଥିଲି, ସେ ହିଁ ଦୁଃଖର କାରଣ ପାଲଟିଗଲେ ବୋଲି ବାଇକ୍‌ ଆଗରେ ଠିଆ ହୋଇ ଫଟୋ ପୋଷ୍ଟ କରିଛନ୍ତି ।

ସେମାନେ ଏକାଠି ତ୍ରିବେଣୀ ସଙ୍ଗମ ବୁଲିବାକୁ ଯାଇଥିଲେ ବୋଲି ଗତକାଲି ପୋଲିସ କମିଶନର କହିଥିଲେ । ଏହି ଭିଡିଓ ମଧ୍ୟ ଉଭୟ ସେୟାର କରିଛନ୍ତି । ସେପଟେ ଅଭିଯୁକ୍ତ ଦୀପକ ରାଉତର ଶେଷ ଭିଡିଓ ସାମ୍ନାକୁ ଆସିଛି । କୁକୁର ଭ୍ୟାକ୍ସିନ୍ ନେଉଥିବା କଥା ଭିଡିଓରେ ରହିଛି । ପୂର୍ବରୁ କେମିତି ଖୁସିରେ ଥିଲେ ଶୁଭମିତ୍ରା ଏବଂ ଜୀବନରେ ଜହ୍ଲାଦ ଆସିବା ପରେ ଶୁଭମିତ୍ରାଙ୍କ ଖୁସି ମିଳେଇ ଯାଇଥିଲା ।

Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ