କନକ ବ୍ୟୁରୋ : ବେକାର ଯୁବକ ଯୁବତୀଙ୍କୁ ଠକୁଛି ସିକୁରିଟି ସଂସ୍ଥା । ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଯୁବକ ଯୁବତୀଙ୍କୁ ଚାକିରୀର ପ୍ରଲୋଭନ ଦେଖେଇ କେଭା ନାମକ ସିକ୍ୟୁରିଟି ସଂସ୍ଥା ନାଁରେ ଠକେଇ ଅଭିଯୋଗ କଲେ ଶତାଧିକ ଯୁବକ ଯୁବତୀ ।
ସୁବର୍ଣ୍ଣପୁର ସହରର କେଭା ନାମକ ସିକ୍ୟୁରିଟି ସଂସ୍ଥା ନାଁରେ ଏମିତି କିଛି ଅଭିଯୋଗ ଆସିଛି । ବେକାର ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ପାଖାପାଖି ୧ କୋଟି ଟଙ୍କା ଆଦାୟ କରିଥିଲେ ସଂସ୍ଥାର ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ ଓ ତାଙ୍କ ସହଯୋଗୀ ଶତ୍ରୁଘ୍ନ ବାଘ । ପରେ କିନ୍ତୁ ଚାକିରୀ ନଦେଇ ଭଣ୍ଡେଇ ଚାଲିଥିଲେ । ଏପରିକି ଟଙ୍କା ମାଗିଲେ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ଯୁବକ ଯୁବତୀ । ଗିରଫ ହୋଇଛନ୍ତି ସଂସ୍ଥାର ନିର୍ଦ୍ଦେଶକ ସତ୍ୟବ୍ରତ ।
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୁଲିସ, କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଥାର୍ଡ ଡିଗ୍ରି !
ଅଭିଯୋଗ ଆଧାରରେ, ସଂସ୍ଥା ପକ୍ଷରୁ ସିକ୍ୟୁରିଟି ଗାର୍ଡ ପାଇଁ ୧ ଲକ୍ଷ ଟଙ୍କା ଓ ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ ଚାକିରି ଆଶାୟୀ ମାନେ । ପରେ ତାଙ୍କୁ ଟ୍ରେନିଂ ଦିଆଯାଇଥିଲା । ହେଲେ ଚାକିରୀ ଦେଇନଥିଲା ସଂସ୍ଥା । ଅନ୍ୟପଟେ ସୋନପୁର ମୁଖ୍ୟ ଡାକ୍ତରଖାନାରେ କାମ ଦିଆଯାଇଥିବା କିଛି ଯୁବକ ଯୁବତୀଙ୍କୁ ଏଯାଏଁ ଦରମା ନଦେଇ ଲୁଚୁଥିଲେ ଦଲାଲ ।
ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଯୁବକ ଯୁବତୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/24/job-scam-allegation-2026-02-24-18-49-26.png)