ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ : ଘରେ ପୁଳା ପୁଳା ସୁନା

ଚଢାଉ ବେଳେ ମିଳିଛି ବାବୁଙ୍କୁ ବିପୁଳ ସମ୍ପତ୍ତି । ଗ୍ୟାଲେରିଆ ଓ ସମ୍ଫୋନି ମଲରେ ରହିଛି ଦୁଇଟି ଫ୍ଲାଟ ଓ ୨ଟି କର୍ମସିଆଲ ଆଉଟଲେଟ । ରାଜଧାନୀରେ ଗୋଟିଏ ବହୁତଳ ଅଟ୍ଟାଳିକା, ୧୩ଟି ବହୁମୂଲ୍ୟବାନ ଜମି, ନିଳାଦ୍ରୀ ବିହାରରେ ତିନି ମହଲା କୋଠା ଠାବ ହୋଇଛି । 

32

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଭୁବନେଶ୍ବର ରୋଡ ଆଣ୍ଡ ବିଲ୍ଡିଂ ଭିଜିଜନ ତିନିର ସହକାରୀ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ମିଳିଛି ବାବୁଙ୍କୁ ବିପୁଳ ସମ୍ପତ୍ତି । ଗ୍ୟାଲେରିଆ ଓ ସମ୍ଫୋନି ମଲରେ ରହିଛି ଦୁଇଟି ଫ୍ଲାଟ ଓ ୨ଟି କର୍ମସିଆଲ ଆଉଟଲେଟ । ରାଜଧାନୀରେ ଗୋଟିଏ ବହୁତଳ ଅଟ୍ଟାଳିକା, ୧୩ଟି ବହୁମୂଲ୍ୟବାନ ଜମି, ନିଳାଦ୍ରୀ ବିହାରରେ ତିନି ମହଲା କୋଠା ଠାବ ହୋଇଛି । 

ଭୁବନେଶ୍ବର କସ୍ମୋପଲିସରେ ୮ ନମ୍ବର ମହଲାରେ ଗୋଟିଏ ଫ୍ଲାଟ, କସ୍ମୋପଲିସର ଟାୱାର-ଏଚ୍‌ରେ ୧୬ ମହଲାରେ ଥିବା ଫ୍ଲାଟ । ଡୁମୁଡୁମାରେ ଥିବା ପ୍ଳଟ, ଜାଗମରାରେ ଥିବା ଏଏସଏନ ଇନଫ୍ରାଷ୍ଟକ୍ଚର କମ୍ପାନୀ ଏବଂ ନୟାଗଡ଼ ଜଗନ୍ନାଥପ୍ରସାଦ ଅଞ୍ଚଳର ବ୍ୟକ୍ତିଗତ ଏବଂ ସମ୍ପକୟୀୟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe