କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଭୁବନେଶ୍ବର ରୋଡ ଆଣ୍ଡ ବିଲ୍ଡିଂ ଭିଜିଜନ ତିନିର ସହକାରୀ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ମିଳିଛି ବାବୁଙ୍କୁ ବିପୁଳ ସମ୍ପତ୍ତି । ଗ୍ୟାଲେରିଆ ଓ ସମ୍ଫୋନି ମଲରେ ରହିଛି ଦୁଇଟି ଫ୍ଲାଟ ଓ ୨ଟି କର୍ମସିଆଲ ଆଉଟଲେଟ । ରାଜଧାନୀରେ ଗୋଟିଏ ବହୁତଳ ଅଟ୍ଟାଳିକା, ୧୩ଟି ବହୁମୂଲ୍ୟବାନ ଜମି, ନିଳାଦ୍ରୀ ବିହାରରେ ତିନି ମହଲା କୋଠା ଠାବ ହୋଇଛି ।
ଭୁବନେଶ୍ବର କସ୍ମୋପଲିସରେ ୮ ନମ୍ବର ମହଲାରେ ଗୋଟିଏ ଫ୍ଲାଟ, କସ୍ମୋପଲିସର ଟାୱାର-ଏଚ୍ରେ ୧୬ ମହଲାରେ ଥିବା ଫ୍ଲାଟ । ଡୁମୁଡୁମାରେ ଥିବା ପ୍ଳଟ, ଜାଗମରାରେ ଥିବା ଏଏସଏନ ଇନଫ୍ରାଷ୍ଟକ୍ଚର କମ୍ପାନୀ ଏବଂ ନୟାଗଡ଼ ଜଗନ୍ନାଥପ୍ରସାଦ ଅଞ୍ଚଳର ବ୍ୟକ୍ତିଗତ ଏବଂ ସମ୍ପକୟୀୟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/29/32-2025-07-29-19-21-59.jpg)