ବେଲ୍ ପରେ ଜେଲରୁ ବାହାରିଲେ ଜଗା ପ୍ରଧାନ; ବିଏମସି ବାବୁଙ୍କୁ ମାଡ଼ ଘଟଣାରେ ହୋଇଥିଲେ ଗିରଫ

ଜଗା ପ୍ରଧାନ ଜେଲରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ଫୁଲମାଳ ପକାଇ, ବାଣ ଫୁଟାଇ ସ୍ବାଗତ କରିଛନ୍ତି ।

24SSS

JAIL Photograph: (KANAK NEWS)

କନକ ବ୍ୟୁରୋ: ଜାମିନ୍ ପରେ ଝାରପଡ଼ା ଜେଲରୁ ବାହାରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସିର ଅତିରକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜୁଲାଇ ୩ ତାରିଖରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଜଗା ପ୍ରଧାନ ଜେଲରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ଫୁଲମାଳ ପକାଇ, ବାଣ ଫୁଟାଇ ସ୍ବାଗତ କରିଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ପ୍ରଦାନ କରିଥିଲେ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଥିଲା । ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନରଙ୍କ ଉପରେ ଆକ୍ରମଣ ପାଇଁ ଷଡ଼୍‌ଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଜଗା ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍‌ଏସ୍‌) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା । ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଜୁନ୍ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ୬ରୁ ୭ ଜଣ ମିଶି ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜଗନ୍ନାଥ ପ୍ରଧାନଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ବୋଲି ବିଏମସି ଅତିରିକ୍ତ କମିସନର କହିଥିଲେ । ଘଟଣାକୁ ନେଇ ରାଜ୍ୟରେ ଓଏଏସ୍ ସଂଘ କଲମ ଛାଡ଼ ଆନ୍ଦୋଳନ କରିଥିଲା ଏବଂ ଜଗନ୍ନାଥଙ୍କ ଗିରଫ ଦାବି କରିଥିଲା । ଏହି ଘଟଣାରେ ପୁଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe