କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ, ବହୁ ଚର୍ଚ୍ଚିତ ମାଙ୍ଗାନିଜ୍ ଚୋରାଚାଲାଣ ଘଟଣା । ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ୧୦ ଜଣିଆ ଭିଜିଲାନ୍ସ ଅଧିକାରୀ, ତହସିଲଦାର ଓ ରେଞ୍ଜର ଚଢ଼ାଉରେ ସାମିଲ ଅଛନ୍ତି । ଭିଜିଲାନ୍ସ ଆରକ୍ଷୀ ଅଧକ୍ଷକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ । କୋଇଡା ଖଣି ମଣ୍ଡଳର ମାଲଦା, ରୁଶିବେଣୁଆ, ଗିଡ଼େଇ, ମୁଟୁକୁଦର, ପାଟମୁଣ୍ଡା, କଳମଙ୍ଗ, ଗଣୁଆଁ ଅଞ୍ଚଳରେ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି ଟିମ୍ । ଭୁବନେଶ୍ବରରୁ ଆସି ତଦନ୍ତ ଆରମ୍ଭ ହୋଇଛି । କୋଇଡ଼ା ଖଣି ଉପନିର୍ଦ୍ଦେଶକ ମଧ୍ୟ ସାଙ୍ଗରେ ଉପସ୍ଥିତ ଅଛନ୍ତି । କନକ ନ୍ୟୁଜରେ ମାଙ୍ଗାନିଜ୍ ଚୋରାଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ ହୋଇ ଆସୁଛି ।
ସେପଟେ ଚୋରା କୋଇଲା ଖଣିରେ ପହଞ୍ଚିଲା ଏସଆଇଟି । ସୁନ୍ଦରଗଡ଼ ଚୋରା କୋଇଲା ଖଣିର ତଦନ୍ତ ପାଇଁ ଗୋପାଳପୁରରେ ପହଞ୍ଚିଲା ଭିଜିଲାନ୍ସ ଏସଆଇଟିର ସ୍ୱତନ୍ତ୍ର ଟିମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ତଦନ୍ତ । ୧୦ ଜଣିଆ ଟିମ ଚୋରା କୋଇଲା ଖଣିର କରୁଛନ୍ତି ସରଜମିନ ତଦନ୍ତ । ସାଙ୍ଗରେ ଅଛନ୍ତି ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜ ଅଫିସର । ସୁନ୍ଦରଗଡ଼ ଚୋରା କୋଇଲା ଖଣିର ତଦନ୍ତ ପାଇଁ ଗୋପାଳପୁର, ତେଲେନଡ଼ିହି, ରତନସରା, ଭୋଗରାକଚାରରେ ଭିଜିଲାନ୍ସ ଏସଆଇଟିର ସ୍ୱତନ୍ତ୍ର ଟିମ ପହଞ୍ଚି ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି । ୧୦ ଜଣିଆ ଏସଆଇଟି ଟିମ ସହିତ ରାଜ୍ୟ ଖଣି ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ, ଜିଲ୍ଲା ଖଣି ବିଭାଗର ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜ ଅଫିସର ଅଛନ୍ତି ।