କନକ ବ୍ୟୁରୋ :ଗଣେଶ ଭସାଣି ଦେଖିବାକୁ ଯାଇ ନାବଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ିରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଯୁବକ ହେଲେ ବାଲିଗୁଡ଼ା ଥାନା ଅଞ୍ଚଳର ପ୍ରଶାନ୍ତ ପ୍ରଧାନ । ଗତ ୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ । ଭସାଣି ସାରିବା ପରେ ତାଙ୍କ ଭଉଣୀ ଘରକୁ ଫେରୁଥିଲେ । ଏହି ସମୟରେ ପ୍ରଶାନ୍ତ ତାଙ୍କୁ ଜୋରଜବରଦସ୍ତ ଉଠାଇ ସହର ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ ।
ତେବେ ନାବାଳିକା ଜଣକ ସେଠାରୁ କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସେହିଦିନ ଠାରୁ ଅଭିଯୁକ୍ତ ପ୍ରଶାନ୍ତ ଫେରାର ହୋଇଯାଇଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଶାନ୍ତକୁ ଗିରଫ କରିଛି ।