IIM Kolkata : ଆଇଆଇଏମ୍‌ କୋଲକତାରେ ଯୁବତୀଙ୍କୁ ଦୁଷ୍କର୍ମ ! ବାପା କହିଲେ...

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତକୁ ସେ ପୂର୍ବରୁ ଜାଣିଥିଲେ । ଶୁକ୍ରବାର ଅଭିଯୁକ୍ତ ତାଙ୍କୁ ଏକ କାଉନସେଲିଂ ସେସନ୍‌ରେ ଯୋଗ ଦେବା ପାଇଁ ଡାକିଥିଲେ । ଅଭିଯୁକ୍ତ ତାଙ୍କୁ ଏକ ଜରୁରୀ ବ୍ୟକ୍ତିଗତ କାରଣ ଦର୍ଶାଇ ବଏଜ୍‌ ହଷ୍ଟେଲ୍‌ ନେଇ ଯାଇଥିଲେ ଏବଂ ସେଠାରେ କିଛି ପିଇବାକୁ ଦେଇଥିଲେ

Kolkata Rape Case

Kolkata Rape Case Photograph: (Kanak News)

କନକ ବ୍ୟୁରୋ: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ୍‌), କୋଲକାତାରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଜଣେ ମହିଳାଙ୍କୁ ଡାକି  କଲେଜ ପରିସରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଛାତ୍ର ଜଣଙ୍କ ଗିରଫ ହୋଇଛନ୍ତି । ପୁଲିସ କହିବା ଅନୁସାରେ, ପୀଡ଼ିତା ପ୍ରଥମେ ଠାକୁରପୁକୁର ଥାନା ଯାଇଥିଲେ ଏବଂ ଏହାପରେ ସେ ହରିଦେବପୁର ଥାନା ‌ଯାଇ ‌ସେଠାରେ ଅଭିଯୁକ୍ତ ଛାତ୍ର ପରମାନନ୍ଦ ଟୋପ୍‌ନାୱର ବିରୋଧରେ ଏତଲା ରୁଜୁ କରିଛନ୍ତି । ଅଭିଯୁକ୍ତ ଛାତ୍ର ଗିରଫ ‌ହୋଇଛନ୍ତି । ତାଙ୍କୁ ଅଲିପୁର ଅତିରିକ୍ତ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ଏବଂ କୋର୍ଟ ଜୁଲାଇ ୧୯ ପର୍ଯ୍ୟନ୍ତ ଅଭିଯୁକ୍ତ ଛାତ୍ରଙ୍କ ପୁଲିସ ରିମାଣ୍ଡ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ।  

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତକୁ ସେ ପୂର୍ବରୁ ଜାଣିଥିଲେ । ଶୁକ୍ରବାର ଅଭିଯୁକ୍ତ ତାଙ୍କୁ ଏକ କାଉନସେଲିଂ ସେସନ୍‌ରେ ଯୋଗ ଦେବା ପାଇଁ ଡାକିଥିଲେ । ଅଭିଯୁକ୍ତ ତାଙ୍କୁ ଏକ ଜରୁରୀ ବ୍ୟକ୍ତିଗତ କାରଣ ଦର୍ଶାଇ ବଏଜ୍‌ ହଷ୍ଟେଲ୍‌ ନେଇ ଯାଇଥିଲେ ଏବଂ ସେଠାରେ କିଛି ପିଇବାକୁ ଦେଇଥିଲେ । ଏହା ପିଇବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେ ଚାଲି ପାରିନଥିଲେ । ଅଭିଯୁକ୍ତ ଛାତ୍ରଙ୍କୁ ସେ ରେଷ୍ଟରୁମ୍‌ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ । ସନ୍ଧ୍ୟାରେ ତାଙ୍କର ଚେତା ଫେରିବା ପରେ‌ ସେ ନିଜକୁ ହଷ୍ଟେଲ୍‌ ରୁମ୍‌ରେ ଏକାକୀ ପାଇଥିଲେ । କ‌ଲେଜ ପରିସରରୁ ସେ ବାହାରି ଜଣେ ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଥାନାରେ ପହଞ୍ଚିଥିଲେ ।  ଆଇଆଇଏମ୍‌ ପକ୍ଷରୁ କୁହାଯାଇଛି ଯେ କର୍ତ୍ତୃପକ୍ଷ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପୁଲିସକୁ ସମସ୍ତ ସହଯୋଗ କରାଯାଉଛି ।

ଦୁଷ୍କର୍ମ ହୋଇନାହିଁ, ଅଟୋରୁ ଖସି ଅଚେତ ହୋଇଥିଲା: ପୀଡ଼ିତାଙ୍କ ପିତା 

କୋଲକାତାସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଜଣେ ଛାତ୍ରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ବାପା  କହିଛନ୍ତି ଯେ ଏଭଳି କିଛି ଘଟିନାହିଁ ଏବଂ ତାଙ୍କ ଝିଅ  ଏକ ଅଟୋ ରିକ୍ସାରୁ ଖସି ପଡ଼ିବାରୁ ସାମାନ୍ୟ ଆହତ ହୋଇଛି।   ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଶୁକ୍ରବାର ରାତି ୯ଟା ୩୪ ମିନିଟରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା ଯେ ତାଙ୍କ ଝିଅ ଅଟୋରୁ ଖସି ପଡ଼ିଛି ଏବଂ ଚେତା ହରାଇଛି । ତାଙ୍କୁ ଏସ୍‌ଏସ୍‌କେଏମ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଉଦ୍ଧାର କରି ସେଠାକୁ ନେଇଥିଲା ବୋଲି କୁହାଯାଇଥିଲା। ସେ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କୁ କହିଥିଲେ ଯେ କୌଣସି ଯୌନ ନିର୍ଯାତନା ହୋଇନାହିଁ । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe