କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରେ ଗରିଫ ପଞ୍ଜାବର ଆମ ଆଦମୀ ପାର୍ଟି- ଆପ୍ ବିଧାୟକ ପୁଲିସକୁ ଗୁଳି ଚଳାଇ ଓ ଗାଡ଼ି ଚଢ଼ାଇ ଫେରାର । ଦୁଷ୍କର୍ମ ଅଭିଯୋଗରେ ପଞ୍ଜାବ ସାନୌରର ଆପ୍ ବିଧାୟକ ହରିମିତ ସିଂ ଧିଲୋନ ପଠାନମାଜରାଙ୍କୁ କର୍ଣ୍ଣାଲରୁ ପଟିଆଲା ପୁଲିସ ଗିରଫ କରିଥିଲା । ତାଙ୍କୁ ସ୍ଥାନୀୟ ଥାନାକୁ ନେବା ବେଳେ ହରମିତ ଓ ତାଙ୍କ ସହଯୋଗୀ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ସମ୍ପୃକ୍ତ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଧାୟକଙ୍କ ସହଯୋଗୀ ଗୋଟିଏ ସ୍କର୍ପିଓ ଓ ଗୋଟିଏ ଫରଚ୍ୟୁନର ଗାଡ଼ିରେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ପୁଲିସ ଫର୍ଚ୍ୟୁନର ଗାଡ଼ିକୁ ଧରିବାରେ ସକ୍ଷମ ହୋଇଛି । ଫର୍ଚ୍ୟୁନର ଗାଡ଼ିରୁ ପୁଲିସ ୩ଟି ମାରଣାସ୍ତ୍ର ଜବତ କରିଛି । ସ୍କର୍ପିଓ ଗାଡ଼ିରେ ବିଧାୟକ ହରମିତ ପଠାନମାଜରା ଫେରାର ହୋଇଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ଶେଷରେ ବିଧାୟକ ହରମିତ ପଠାନମାଜରାଙ୍କୁ ପୁଲିସ ଗିରଫ କରିବାରେ କଫଳ ହୋଇଛି । ପୂର୍ବରୁ ମାଜରା ରାଜ୍ୟ ସରକାରଙ୍କୁ ବନ୍ୟା ପରିଚାଳନା ନେଇ ସମାଲୋଚନା କରି ବିବାଦରେ ଥିଲେ ।
ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ ଫେରାର
ପଞ୍ଜାବ ଆପ୍ ବିଧାୟକ ହରମିତ ପଠାନମାଜରା ଫେରାର
ଦୁଷ୍କର୍ମ ଅଭିଯୋଗରେ ପଟିଆଲା ପୁଲିସ ଗିରଫ କରିଥିଲା
ପୁଲିସକୁ ଗୁଳି ଚଳାଇ ଓ ଗାଡ଼ି ଚଢ଼ାଇ ବିଧାୟକ ଫେରାର
ଗୋଟିଏ ଗାଡ଼ି ଓ ୩ ମାରଣାସ୍ତ୍ର ଜବତ
ଅନ୍ୟ ଗାଡ଼ିରେ ବିଧାୟକ ଓ ସହଯୋଗୀ ଫେରାର
ଧରିବାକୁ ପୁଲିସର ତନାଘନା