ଏକାଧିକ ସ୍ୱୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଚମ୍ପଟ ମାରିଲେ ସ୍ୱାମୀ, ସ୍ତ୍ରୀ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୋଳଟାଙ୍କି ରୋଡ଼ର ଝିଲି ସାହୁ, ସ୍ୱାମୀ - ଉଦୟନାଥ ସାହୁ, ଓ ତାଙ୍କ ପରିବାରର ଦିନେଶ ସାହୁ ଓ ଖୁସି ସାହୁ ନାମରେ ହୋଇଛି ଏଭଳି ସାଙ୍ଘାତିକ ଅଭିଯୋଗ ।

Husband, wife borrowing money

Photograph: (Kanak News)

କନକ ବ୍ୟୁରୋ : ୩୦ କୋଟିର ଟଙ୍କା ଓ ସୁନା ଅଳଙ୍କାର ନେଇ ଦମ୍ପତି ଫେରାର । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସହ ବହୁ ଲୋକଙ୍କୁ ଚୁନା ଲଗାଇ ଲୁଟି ନେଇ ଛୁ ମାରିଛନ୍ତି ଦମ୍ପତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୋଳଟାଙ୍କି ରୋଡ଼ର ଝିଲି ସାହୁ, ସ୍ୱାମୀ - ଉଦୟନାଥ ସାହୁ, ଓ ତାଙ୍କ ପରିବାରର ଦିନେଶ ସାହୁ ଓ ଖୁସି ସାହୁ ନାମରେ ହୋଇଛି ଏଭଳି ସାଙ୍ଘାତିକ ଅଭିଯୋଗ ।

ଅଭିଯୋଗ ଅନୁସାରେ ସ୍ୱାମୀ, ସ୍ତ୍ରୀ ଝିଲି ସାହୁ ଓ ଉଦୟନାଥ ସାହୁ ଚକ୍ରାନ୍ତ ରଚି ଏକ ପ୍ରାଇଭେଟ୍ ଲୋନ ସେଣ୍ଟର ଖୋଲିଥିଲେ । ବିଭିନ୍ନ ବ୍ୟାଙ୍କ ସହ ଭଲ ସମ୍ପର୍କ ଅଛି ସହଜରେ ୠଣ କରିଦେବେ କହି ପ୍ରଥମେ ଛୋଟମୋଟ କାରବାର କରି ବିଶ୍ୱାସଭାଜନ ହେବା ପରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଅନେକଙ୍କ ନାମରେ ୠଣ କରି କୋଟି କୋଟି ଟଙ୍କା ଠକି ନେଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe