କନକ ବ୍ୟୁରୋ: ହୋମ୍ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୂତି ଧମକ । ଏକ ଭିଡ଼ିଓ ଜାରି କରି ଆତ୍ମାହୂତି ଧମକ ଦେଇଛନ୍ତି ରାଜ୍ୟ ହୋମ୍ଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ୧୯୬୧ ଓ ୧୯୬୨ ମସିହାର ହୋମ୍ଗାର୍ଡ ବ୍ରିଟିଶ୍ ଆଇନ୍କୁ ଆଉ ସହି ହେଉନି । ଓଡ଼ିଶା ହୋମ୍ଗାର୍ଡଙ୍କଠାରୁ ସେମାନଙ୍କ ଅଧିକାର, ପୋଷାକ, ଅସ୍ତ୍ର ଛଡ଼ାଇ ନେଇ ସେମାନଙ୍କୁ ସେମାନଙ୍କୁ ସୈନିକରୁ କ୍ରୀତଦାସ କରିଦିଆଯାଇଛି । ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେଉନାହିଁ । ରାଷ୍ଟ୍ରପତିଙ୍କୁ ହୋମ୍ଗାର୍ଡଙ୍କ ବିଷୟରେ ମିଛ ଓ ଭୁଲ୍ ତଥ୍ୟ ପ୍ରଦାନ କରାଯାଉଛି । ଏହିପରି ୧୫ଟି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୫ ତାରିଖ ସୁଦ୍ଧା କୌଣସି ସମାଧାନ ନହେଲେ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ।
ହୋମଗାର୍ଡ ସଭାପତିଙ୍କ ଆତ୍ମାହୁତି ଧମକ; ନିଜ ଅଧିକାର ନେଇ ଭିଡିଓ ଜାରି କରି ଜଣାଇଲେ ଦୁଃଖ...
ଏଥିରେ ସେ ଲେଖିଛନ୍ତି ୧୯୬୧ ଓ ୧୯୬୨ ମସିହାର ହୋମ୍ଗାର୍ଡ ବ୍ରିଟିଶ୍ ଆଇନ୍କୁ ଆଉ ସହି ହେଉନି । ଓଡ଼ିଶା ହୋମ୍ଗାର୍ଡଙ୍କଠାରୁ ସେମାନଙ୍କ ଅଧିକାର, ପୋଷାକ, ଅସ୍ତ୍ର ଓ ଶକ୍ତ ଛଡ଼ାଇ ନେଇ ସେମାନଙ୍କୁ ସେମାନଙ୍କୁ ସୈନିକରୁ କ୍ରୀତଦାସ କରିଦିଆଯାଇଛି ।
/kanak/media/media_files/2025/08/21/9-2025-08-21-09-52-02.jpg)