କନକ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସର ତଦନ୍ତ ଜାରି ରହିଛି । ଏହି ମାମଲାରେ ଆସାମ ପୁଲିସ ଅଭିଯୁକ୍ତ ରାଜା ରଘୁବଂଶୀଙ୍କ ଭଉଣୀଙ୍କୁ ନୋଟିସ୍ ଜାରି କରିଛି । କାମାକ୍ଷା ମନ୍ଦିରରେ ନର ବଳି ଦିଆଯାଉଥିବା ନେଇ ସେ ଦେଇଥିବା ବୟାନ ଉପରେ ଏହି ନୋଟିସ୍ ଜାରି କରାଯାଇଛି । ଆପଣଙ୍କୁ କହି ରଖୁଛୁ କି ରାଜାଙ୍କ ହତ୍ୟା ପରେ ତାଙ୍କ ଭଉଣୀ ସୋନମ ରଘୁବଂଶୀଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ସେ ରାଜା ରଘୁବଂଶୀଙ୍କୁ ନରବଳି ଦେବା ବାହାନାରେ କାମାକ୍ଷା ମନ୍ଦିରକୁ ନେଇ ଯାଇଥିଲେ । ଏହି ମାମଲାରେ ରାଜାଙ୍କ ଭଉଣୀଙ୍କୁ ଆସାମ ପୁଲିସ ଆଗରେ ହାଜର ହେବାକୁ ପଡ଼ିବ । ପୁଲିସ ଏହି ମାମଲାକୁ ନେଇ ରାଜା ରଘୁବଂଶୀଙ୍କ ଭଉଣୀଙ୍କ ବୟାନ ରେକର୍ଡ କରିବ । ଆପଣଙ୍କୁ କହି ରଖୁଛୁ କି ମେଘାଳୟ ପୁଲିସର ତଦନ୍ତ ଏବେ ବି ଜାରି ରହିଛି ।

Advertisment
Shrusti
Shrusti Photograph: (google)

ପୁଲିସର ତଦନ୍ତ ଚାଲିଥିବା ବେଳେ ସୋନମ ଏବଂ ରାଜାଙ୍କ ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ସୋନମଙ୍କ ପାଖରେ ଦୁଇଟି ମଙ୍ଗଳସୂତ୍ର ଥିବା ପ୍ରଶ୍ନରେ ଗୋବିନ୍ଦ କହିଛନ୍ତି ଯେ ମଙ୍ଗଳସୂତ୍ର ଗୋଟିଏ କି ଦୁଇଟି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେ କହିଛନ୍ତି, ‘ମୁଁ ବୁଝିପାରୁନାହିଁ ମଙ୍ଗଳସୂତ୍ର ଏବଂ ଚେନ୍ ମଧ୍ୟରେ କ’ଣ ଫରକ ରହିଛି । ଗହଣା ଭିତରେ ଦୁଇ ତିନୋଟି ଚେନ୍ ରହିଛି ।’ ଗୋବିନ୍ଦ ହତ୍ୟାକାରୀ ଭଉଣୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେ ସବୁବେଳେ ରାଜା ରଘୁବଂଶୀଙ୍କ ପରିବାର ସହ ଅଛନ୍ତି ବୋଲି କହୁଛନ୍ତି । କିନ୍ତୁ ରାଜାଙ୍କ ଭାଇ କହିଛନ୍ତି ଯେ ସୋନମଙ୍କ ଭାଇ ଗୋବିନ୍ଦ ହେଉଛନ୍ତି ଜଣେ ଧୋକାବାଜ ।  

Rajas sister
Rajas sister Photograph: (google)

ରାଜା ରଘୁବଂଶୀଙ୍କ ଭଉଣୀ ସୃଷ୍ଟିଙ୍କ ବିରୋଧରେ ଆସାମ ପୁଲିସ ମାମଲା ରୁଜୁ କରି ତାଙ୍କୁ ବୟାନ ଜାରି କରିବା ପାଇଁ ଡକାଇଛି । ଇନଷ୍ଟାଗ୍ରାମରେ ନରବଳିକୁ ନେଇ ଦେଇଥିବା ବୟାନ ପାଇଁ ଏହି ମାମଲା ରୁଜୁ କରାଯାଇଛି । ସୃଷ୍ଟି ଦାବି କରିଥିଲେ ଯେ ସୋନମ ଗୁଣିଗାରେଡ଼ି କରି ତାଙ୍କ ଭାଇ ରାଜାଙ୍କୁ ଆସାମ ନେଇ ଯାଇଥିଲେ । ସୃଷ୍ଟିଙ୍କ ଏହି ବୟାନ ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯଦିଓ ସୃଷ୍ଟି ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି । କିନ୍ତୁ ସେ ପୁଲିସର ଟାର୍ଗେଟରେ ଆସି ଯାଇଛନ୍ତି ।