କନକ ବ୍ୟୁରୋ : ନୟାଗଡ଼ ପୁଲିସକୁ ବଡ଼ ସଫଳତା । ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ଏଥିରେ ସାମିଲ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ । ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଜଙ୍ଗଲରେ ବହୁଦିନ ହେଲା ଏକ ବନ୍ଧୁକ ତିଆରି କାରଖାନା ଚାଲୁଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା ।
ଏନେଇ ନୟାଗଡ଼ ଦଶପଲ୍ଲା ପୁଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୨ଟି ବନ୍ଧୁକ ସହ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଦଶପଲ୍ଲା ଥାନା ଦ୍ୱାରଗାଁର ରାଜେଶ ପ୍ରଧାନ, ବିଭୁତି ପରିଡ଼ା ଓ ତପନ ପରିଡ଼ାକୁ ଗିରଫ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/04/fU3TVZbu6MU9AcfgipO4.jpg)