କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦିମ । ପୂଜା ସମୟରେ ବଡ ଧରଣର ଅପରାଧ ପାଇଁ ହେଉଥିଲା ଷଡ଼୍ଯନ୍ତ୍ର । ରାଜଧାନୀରେ ଅପରାଧ କରିବାରେ ଏହି ବନ୍ଧୁକ ବ୍ୟବହାର ହୋଇଥାନ୍ତା । ହେଲେ ପୋଲିସ ହାତରେ ଧରାପଡିଯାଇଛି । ଜଗତସିଂହପୁର ଜିଲ୍ଲାର ନଦିମଠାରୁ ଜବତ ହୋଇଛି ୧୦ଟି ବନ୍ଧୁକ ଏବଂ କିଛି ଅଫୁଟା ଗୁଳି । ଅଟୋମେଟିକ ଓ ସେମି ଅଟୋମେଟିକ ବନ୍ଧୁକ ଜବତ ହୋଇଛି ।
୨୦୧୫ରେ ଏନକାଉଣ୍ଟରର ଶିକାର ହୋଇଥିଲା । ଜଗତସିଂହପୁର ଜିଲ୍ଲାର ଶେଖ ନଦିମ ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି । କଟକ କିଶନ ନଗର ଥାନାରେ ୨ଟି ମାମଲା ରହିଛି । ଜେଲରୁ ବାହାରି ଏଭଳି ବନ୍ଧୁକ ବେପାର କରୁଥିଲା ଶେଖ୍ ନଦିମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/27/gun-dealer-2025-09-27-15-52-20.jpg)