କନକ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ପ୍ରାୟ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି ।
ତେବେ ଗୋପାଳପୁର ପୁଲିସ ଏହି ମାମଲାରେ ୭ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅଛି । ଅନ୍ୟ ଦୁଇ ଦୁଷ୍କର୍ମକାରୀ ଅଭିଯୁକ୍ତ ଫେରାର ଅଛନ୍ତି । ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିୟୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/17/umrUzi0Wbb7WkEmCyULg.jpg)