Crime : ସାବଧାନ ! ମୋବାଇଲ ଖୋଲୁ ଖୋଲୁ ଆକାଉଣ୍ଟ ହେଉଛି ଖାଲି

ସରକାରୀ ଓକିଲ ଏବଂ ଅନ୍ୟ ପ୍ରମୁଖ ପଦବିରେ ଥିବା ପରିଚୟ ଦେଇ ତାଙ୍କ ନିକଟକୁ ଏକାଧିକ କଲ୍‌ ଆସିଥିଲା । ଶେଷରେ ଡାକ୍ତର ଜଣଙ୍କ ଡିଜିଟାଲ୍‌ ଆରେଷ୍ଟ୍‌ର ଶିକାର ହେଲେ ଏବଂ ୩ ମାସ ମଧ୍ୟ‌ରେ ସେ ତାଙ୍କ ଜୀବନ ତମାମର ସଞ୍ଚୟକୁ ୩୫ଟି ବ୍ୟାଙ୍କ ଆକାଉଣ୍ଟକୁ ମୋଟ୍‌ ୧୯ କୋଟି ପଠାଇଛନ୍ତି

Mobile Pohen Crime

Mobile Pohen Crime Photograph: (Kanak News)

କନକ ବ୍ୟୁରୋ: ଗୁଜରାଟରୁ ସାମ୍ନାକୁ ଆସିଛି ଭୟଙ୍କର ଘଟଣା । ମୋବାଇଲ ଖୋଲୁ ଖୋଲୁ ଆକାଉଣ୍ଟରୁ ଗଲା ୧୯ କୋଟି ଟଙ୍କା । କଥାଟା ବିଶ୍ୱାସ ହେଉନଥିଲେ ବି ସତ । ସୂଚନା ଅନୁସାରେ, ଗାନ୍ଧୀନଗରର ଜଣେ ମହିଳା ଡାକ୍ତର ଡିଜିଟାଲ ଆରେଷ୍ଟ ସ୍କାମ୍‌ର ଶିକାର ହୋଇ ୩ ମାସ ମଧ୍ୟରେ ୧୯ କୋଟି ହରାଇଛନ୍ତି ।  ମାର୍ଚ୍ଚ ୧୯ ତାରିଖରେ ଡାକ୍ତର ଏକ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ ଯେଉଁଥିରେ ତାଙ୍କୁ ଜଣେ ବ୍ୟକ୍ତି ଧମକ ଦେଇଥିଲେ । ତାଙ୍କ ଫୋନ୍‌ରେ ଆପତ୍ତିଜନକ ବିଷୟବସ୍ତୁ ଥିବା ସେ ଦାବି କରିଥିଲେ । କଲ୍‌ କରିଥିବା ବ୍ୟକ୍ତି ଡାକ୍ତରଙ୍କ ଫୋନ୍‌ କନେକସନ୍‌ କାଟିଦେବା ସହ ତାଙ୍କ ବିରୋଧରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିବେ ବୋଲି ଧମକ ଦେଇଥିଲେ ।

ନିଜକୁ ଏସ୍‌ଆଇ, ସରକାରୀ ଓକିଲ ଏବଂ ଅନ୍ୟ ପ୍ରମୁଖ ପଦବିରେ ଥିବା ପରିଚୟ ଦେଇ ତାଙ୍କ ନିକଟକୁ ଏକାଧିକ କଲ୍‌ ଆସିଥିଲା । ଶେଷରେ ଡାକ୍ତର ଜଣଙ୍କ ଡିଜିଟାଲ୍‌ ଆରେଷ୍ଟ୍‌ର ଶିକାର ହେଲେ ଏବଂ ୩ ମାସ ମଧ୍ୟ‌ରେ ସେ ତାଙ୍କ ଜୀବନ ତମାମର ସଞ୍ଚୟକୁ ୩୫ଟି ବ୍ୟାଙ୍କ ଆକାଉଣ୍ଟକୁ ମୋଟ୍‌ ୧୯ କୋଟି ପଠାଇଛନ୍ତି । ଠକମାନେ ଡାକ୍ତରଙ୍କ ସୁନା ଗହଣା ମଧ୍ୟ ବନ୍ଧା ପକାଇ ଋଣ କରିଥିଲେ ଏବଂ ଏହି ଋଣ ଟଙ୍କାକୁ ନେଇ ଯାଇଥିଲେ। ଲଗାତାର ଭାବେ ଧମକର ଶିକାର ହୋଇଥିବା ଡାକ୍ତର ଜଣଙ୍କ ଅତ୍ୟନ୍ତ ଭୟ କରିଯାଇଥିଲେ ଏବଂ ଘର ଛାଡ଼ିବା ସମୟରେ ବି ସେ ଠକମାନଙ୍କୁ ଜଣାଉଥିଲେ। ତେବେ ମହିଳା ଜଣଙ୍କ ଶେଷରେ ତାଙ୍କ ସହ ଘଟୁଥିବା ଘଟଣା ସଂକ୍ରାନ୍ତରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଜୁଲାଇ ୧୬ ତାରିଖରେ ଉକ୍ତ ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ସିଆଇଡି କ୍ରାଇମ୍‌ର ସାଇବର ସେଲ୍‌ ଏହି ମାମଲାରେ ତଦନ୍ତ ଆରମ୍ଭ କଲା। ଭାରତରେ ଏହା ସବୁଠାରୁ ବଡ଼ ଡିଜିଟାଲ୍‌ ଆରେଷ୍ଟ୍‌ ମାମଲା ବୋଲି ଜଣାପଡ଼ିଛି ।  

କେବଳ ଗୁଜରାଟ୍‌ରୁ ଏମିତି ଘଟଣା ସାମ୍ନାକୁ ଆସିଛି ତାହା ନୁହେଁ ବରଂ ପୂରା ଭାରତରେ ଏବେ ଏମିତି ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତା ଦେଖାଯାଇଛି । ମୋଟ୍‌ ଉପରେ ଇଣ୍ଟରନେଟ୍‌ ଯୁଗରେ ସାମାନ୍ୟ ଅସାବଧାନ ହେଲେ କେମିତି ସାଙ୍ଘାତିକ ପରିଣତି ଭୋଗିବାକୁ ପଡ଼ିବ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe