ବାବୁଙ୍କ ଘରେ ପୁଳା ପୁଳା ଟଙ୍କା; ଘରୁ ମିଳିଲା ନଗଦ ଦେଢ଼ କୋଟି, ଅଧ କେଜି ସୁନା, କିଲେ ରୁପା

ଜୟପୁରର ପୈତୃକ ଜମି, ଆପାର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ । ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୫ଇନ୍ସପେକ୍ଟର, ୯ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

Forest Officer Owns Hundreds Of Plots

Photograph: (Kanak News)

କନକ ବ୍ୟୁରୋ : ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । ନଗଦ ଦେଢ କୋଟି ଟଙ୍କା, ଅଧ କେଜିର ସୁନା, ୪ କେଜିରୁ ଅଧିକ ରୁପା ଦେଖି ତାଜୁବ ଅଧିକାରୀ । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲାଣି ଏତେ ଟଙ୍କା । ଏକକାଳୀନ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

ଜୟପୁରର ପୈତୃକ ଜମି, ଆପାର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ । ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୫ଇନ୍ସପେକ୍ଟର, ୯ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରି ଏବେ ଡେପୁଟି ରେଞ୍ଜର ହୋଇଥିବା ରାମଚନ୍ଦ୍ର ନେପାକଙ୍କ ସମ୍ପତି ଦେଖି ତାଜୁବ ହୋଇଛନ୍ତି ଅଧିକାରୀ । ଏତେ ପରିମାଣରେ ଟଙ୍କା ବାହାରିବା ପରେ ୨ଟି ଟଙ୍କାଗଣା ମେସିନ ମଗାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe