କନକ ବ୍ୟୁରୋ : ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । ନଗଦ ଦେଢ କୋଟି ଟଙ୍କା, ଅଧ କେଜିର ସୁନା, ୪ କେଜିରୁ ଅଧିକ ରୁପା ଦେଖି ତାଜୁବ ଅଧିକାରୀ । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲାଣି ଏତେ ଟଙ୍କା । ଏକକାଳୀନ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।
ଜୟପୁରର ପୈତୃକ ଜମି, ଆପାର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ । ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୫ଇନ୍ସପେକ୍ଟର, ୯ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରି ଏବେ ଡେପୁଟି ରେଞ୍ଜର ହୋଇଥିବା ରାମଚନ୍ଦ୍ର ନେପାକଙ୍କ ସମ୍ପତି ଦେଖି ତାଜୁବ ହୋଇଛନ୍ତି ଅଧିକାରୀ । ଏତେ ପରିମାଣରେ ଟଙ୍କା ବାହାରିବା ପରେ ୨ଟି ଟଙ୍କାଗଣା ମେସିନ ମଗାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/25/forest-officer-owns-hundreds-of-plots-2025-07-25-13-47-03.jpg)