କନକ ବ୍ୟୁରୋ : ଘରୋଇ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲା, କିନ୍ତୁ ସରକାରୀ ଚାକିରି ନାଁରେ ସାରା ରାଜ୍ୟକୁ ଲୁଟୁଥିଲା । ଏଭଳି ଏକ ଘଟଣାର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ପୁଲିସ୍ । ଅଭିଯୁକ୍ତକୁ ପୁଲିସ ଭୁବନେଶ୍ୱରରୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
ନାଁ ସଂଗ୍ରାମ ବେହେରା । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ରଘୁନାଥପୁର । ଭୁବନେଶ୍ୱରର ଏକ ଘରୋଇ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଥିବା ସଂଗ୍ରାମ ଫେସ୍ବୁକ୍ ଓ ୟୁଟ୍ୟୁବ୍ରେ ବିଭିନ୍ନ ଜିଲ୍ଲାର ସରକାରୀ ପଦବୀରେ ନିଯୁକ୍ତି ନେଇ ବିଜ୍ଞାପନ ଦେଉଥିଲା । ସନ୍ଦେହ ନହେବା ପାଇଁ ସମ୍ପୃକ୍ତ ବିଭାଗର ଲୋଗୋ ଲଗାଉଥିଲା ସଂଗ୍ରାମ । ଆଶାୟୀଙ୍କଠାରୁ ଫର୍ମ ପୂରଣ ପାଇଁ ଅନଲାଇନରେ ତିନି ହଜାର ପାଞ୍ଚ ଶହ ଟଙ୍କା ନେଉଥିଲା ।
ଅଧିକ ପଢ଼ନ୍ତୁ : ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର
ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଖି ସନ୍ଦେହ କରିଥିଲେ ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର । ନିଯୁକ୍ତି ପାଇଁ ଦିଆଯାଇଥିବା ଜିଲ୍ଲାର ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା ମିଛ ବୋଲି ଜାଣିଥିଲେ । ଚାକିରି ନାଁରେ ଏଭଳି ଠକେଇର କୌଶଳ ନେଇ ଅଧିକ ତଦନ୍ତ ପରେ ଓ ଠକେଇର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ଏତଲା ଆଧାରରେ ସଂଗ୍ରାମ ବେହେରାକୁ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଭୁବନେଶ୍ୱରର ଭଡ଼ାଘରୁ ଗିରଫ କରିଛି ।
ଚାକିରି ନାଁରେ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଆଦି ୧୨ଟି ଜିଲ୍ଲାର ହଜାର ହଜାର ଯୁବକ ଯୁବତୀଙ୍କୁ ସଂଗ୍ରାମ ଠକିଥିବା ସନ୍ଦେହ କରାଯାଉଛି । କେତେ ଯୁବକ ଯୁବତୀଙ୍କୁ ସଂଗ୍ରାମ କେତେ ଟଙ୍କା ଠକିଛି ଓ ଏଥିରେ ଆଉ କିଏ ସମ୍ପୃକ୍ତ, ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/08/fake-government-job-scam-2025-12-08-22-19-12.jpg)