କର୍ଣ୍ଣାଟକର ପୂର୍ବତନ ଡିଜିପି ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ; ଗରମ ତେଲ ଢ଼ାଳି, ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି କାଚ ବୋତଲରେ ହତ୍ୟା କରିଥିଲା ସ୍ତ୍ରୀ…

ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ହତ୍ୟା କେମିତି ଘଟିଲା, କାହିଁକି ତାଙ୍କ ପତ୍ନୀ ଏଭଳି ଚରମ ନିଷ୍ପତ୍ତି ନେଲେ ଏସବୁ ନେଇ ଏବେ ପୁଲିସ ତଦନ୍ତ କରୁଛି । 

ଅଦ୍ୟତନ ହୋଇଛି
DAASDSADSA

KARNATAK EX DGP Photograph: (KANAK NEWS)

କନକ ବ୍ୟୁରୋ : ଦିନେ ତାଙ୍କ ହାତରେ ରାଜ୍ୟ ସୁରକ୍ଷାର ବଡ଼ ଦାୟିତ୍ବ ଥିଲା । ଦୀର୍ଘ ବର୍ଷ ଧରି ବଡ଼ ପଦବୀରେ ରହି ଲୋକଙ୍କ ସହ ରାଜ୍ୟକୁ କିଭଳି ସୁରକ୍ଷା ଦିଆଯିବ ସେନେଇ ତାଙ୍କ ଉପରେ ସବୁକିଛି ନିର୍ଭର କରୁଥିଲା । ଏବେ କିନ୍ତୁ ତାଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ଆଉ କେହି ନୁହେଁ ହତ୍ୟା କରିଛନ୍ତି ତାଙ୍କ ନିଜ ପତ୍ନୀ । କର୍ଣ୍ଣାଟକ ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ହତ୍ୟା କେମିତି ଘଟିଲା, କାହିଁକି ତାଙ୍କ ପତ୍ନୀ ଏଭଳି ଚରମ ନିଷ୍ପତ୍ତି ନେଲେ ଏସବୁ ନେଇ ଏବେ ପୁଲିସ ତଦନ୍ତ କରୁଛି । 

ଭୟଭୀତ, ମାନସିକ ଅସୁସ୍ଥ ସ୍ତ୍ରୀର ଭୟାବହ ରୂପ କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ବେଙ୍ଗାଲୁରୁରେ ରହୁଥିବା ପୂର୍ବତନ ଆଇପିଏସ ଅଧିକାରୀଙ୍କୁ ଆଉ କେହି ନୁହେଁ ପତ୍ନୀ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ରବିବାର ପୂର୍ବତନ ଆଇପିଏସଙ୍କ ବାସଭବନରୁ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରାଯାଇଛି । ସବୁଠୁ ବଡ଼ କଥା ହେଉଛି ହତ୍ୟା କରି ପୁଲିସକୁ ନିଜେ ଫୋନ୍ କରି ଡାକିଥିଲେ ପତ୍ନୀ ପଲ୍ଲବୀ । କାହିଁକି ହତ୍ୟା କଲେ ଏନେଇ ବୟାନ ରେକର୍ଡ କରିଛି ପୁଲିସ…

ମୁଁ ମାରିଛି ମୋ ସ୍ବାମୀଙ୍କୁ…

-ସ୍ବାମୀ ଓମ୍‌ ପ୍ରକାଶ ସବୁବେଳେ ମୋତେ ଭୟଭୀତ କରି ରଖୁଥିଲେ 
-ମୋତେ ଓ ଝିଅକୁ ବନ୍ଧୁକ ମୁନରେ ଧମକଚମକ ଦେଉଥିଲେ 
-ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିଲା
-ନ ଜଣାଇ ସମ୍ପତ୍ତିକୁ ସମ୍ପର୍କୀୟଙ୍କୁ ବାଣ୍ଟିଦେଉଥିଲେ
-ଜୀବନ ପ୍ରତି ବିପଦ ଥିବା ଯୋଗୁଁ ହତ୍ୟା କରିବାକୁ ନିଷ୍ପତ୍ତି ନେଲି
-ବାରମ୍ବାର ଥାନାର ଦ୍ବାରସ୍ଥ ହୋଇ ସ୍ବାମୀଙ୍କ ନାଁରେ ଅଭିଯୋଗ କରୁଥିଲି 
-କେହି ନ ଶୁଣିବାରୁ ଅନେକ ଥର ଧାରଣା ଦେଇଥିଲି

ପୁଲିସର ସୂଚନା ଅନୁସାରେ ପଲ୍ଲବୀ ମାନସିକ ଅବସାଦ ପାଇଁ ଚିକିତ୍ସିତ ହେଉଛନ୍ତି । ତେବେ ଅଭିଯୁକ୍ତାଙ୍କ ବୟାନରେ କେତେଦୂର ସତ୍ୟତା ରହିଛି ଏନଇ ଛାନଭିନ କରୁଛି ପୁଲିସ । ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ସୁରାକ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନିତ୍ବ କରାଯିବ ।

ହତ୍ୟା ପଛର କାରଣ ପାରିବାରିକ ବିବାଦ ନା ଆଉ କିଛି ଏନେଇ ତନାଘନା କରୁଛି ପୁଲିସ । ୧୯୮୧ ବ୍ୟାଚର ଓମ୍ ପ୍ରକାଶ ଥିଲେ ବିହାରର । ୨୦୧୫ରେ କର୍ଣ୍ଣାଟକ ଡିଜିପି ଭାବେ ଦାୟିତ୍ବ ନେଇଥିଲେ । ତେବେ ପୂର୍ବତନ ଡିଜିପିଙ୍କ ହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe