ଦାଣ୍ଡରେ ପଡ଼ିଲା ଘର କଳି; ବଡ଼ବାପାକୁ ଘୋଷାଡ଼ି ନିସ୍ତୁକ ପିଟିଲା ପୁତୁରା

ରାସୋଳ ଶବର ସାହିର ଗାଁ ଦାଣ୍ଡରେ ସମ୍ପର୍କୀୟ ପୁତୁରା ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଜଣେ ବୃଦ୍ଧ ଲୋକଙ୍କ ଉପରେ ତାଙ୍କ ପୁତୁରା କେମିତି ଏଭଳି ବର୍ବରତା ଦେଖାଇପାରେ, ତାହା ଚକିତ କରୁଛି ।

Elder father

Photograph: (Kanak News)

କନକ ବ୍ୟରୋ : ଗାଁ ଦାଣ୍ଡରେ ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ । ଏଭଳି ଅମାନବୀୟ, ଅମାନୁଷିକ ଓ ବର୍ବରତା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ । ରାସୋଳ ଶବର ସାହିର ଗାଁ ଦାଣ୍ଡରେ ସମ୍ପର୍କୀୟ ପୁତୁରା ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଜଣେ ବୃଦ୍ଧ ଲୋକଙ୍କ ଉପରେ ତାଙ୍କ ପୁତୁରା କେମିତି ଏଭଳି ବର୍ବରତା ଦେଖାଇପାରେ, ତାହା ଚକିତ କରୁଛି ।

ପ୍ରଥମେ ହାତରେ ଏବଂ ପରେ ବାଡ଼ିରେ ମାଡ଼ ମାରି ଲହୁଲୁହାଣ କରିଦେଇଛି । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଭିଯୁକ୍ତ ପୁତୁରାକୁ କାବୁ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ପାରିବାରିକ କଳହକୁ ନେଇ ବଡ଼ବାପାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଛି ପୁତୁରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe