କନକ ବ୍ୟରୋ : ଗାଁ ଦାଣ୍ଡରେ ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ । ଏଭଳି ଅମାନବୀୟ, ଅମାନୁଷିକ ଓ ବର୍ବରତା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ । ରାସୋଳ ଶବର ସାହିର ଗାଁ ଦାଣ୍ଡରେ ସମ୍ପର୍କୀୟ ପୁତୁରା ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଜଣେ ବୃଦ୍ଧ ଲୋକଙ୍କ ଉପରେ ତାଙ୍କ ପୁତୁରା କେମିତି ଏଭଳି ବର୍ବରତା ଦେଖାଇପାରେ, ତାହା ଚକିତ କରୁଛି ।
ପ୍ରଥମେ ହାତରେ ଏବଂ ପରେ ବାଡ଼ିରେ ମାଡ଼ ମାରି ଲହୁଲୁହାଣ କରିଦେଇଛି । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଭିଯୁକ୍ତ ପୁତୁରାକୁ କାବୁ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ପାରିବାରିକ କଳହକୁ ନେଇ ବଡ଼ବାପାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଛି ପୁତୁରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/22/elder-father-2025-08-22-10-36-55.jpg)