ପୁଣିଥରେ ପ୍ରେମୀଯୁଗଳଙ୍କୁ ଜୁଆଳି : ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବାରୁ ପରମ୍ପରା ନାଁରେ ଦେଲେ ନିର୍ଯାତନା

ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସେମାନେ ବାହା ହେବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ ।

17

କନକ ବ୍ୟୁରୋ : ପୁଣିଥରେ ପ୍ରେମୀଯୁଗଳଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା । ହଳ ଲଙ୍ଗଳ ପକାଇ ଗାଁରେ ବୁଲାଇଲେ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସେମାନେ ବାହା ହେବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ଏମିତି କଡ଼ା ଶାସ୍ତି ଦିଆଯାଇଛି । 

ଗତ ମାସରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ଏଭଳି ଏକ ଖବର ଆସିଥିଲା। ଦୁଇଜଣ ସମ୍ପର୍କରେ ଦାଦା ଝିଆରୀ ହୋଇଥିବା ବେଳେ ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଯାହାକୁ ନେଇ ଦାଦା ଓ ଝିଆରୀଙ୍କ କାନ୍ଧରେ ଜୁଆଳି ପକାଇ ହଳ ବୁଲାଇଥିଲେ ଗାଁ ଲୋକେ । 

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଇନକୁ ନିଜ ହାତକୁ ନେବାକୁ ଲୋକମାନଙ୍କୁ ଅଧିକାର କିଏ ଦେଉଛି । ପ୍ରତି ଜିଲ୍ଲାରେ ପୁଲିସ ଷ୍ଟେସନ୍ ଥିବା ବେଳେ ଲୋକେ ପୁଲିସ ପାଖକୁ ନଯାଇ କାହିଁକି କଙ୍ଗାରୁ କୋର୍ଟ ବସୁଛି । ସବୁଠୁ ବଡ଼ ପ୍ରଶ୍ନ ଏତେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବି ପ୍ରଶାସନ ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନିଆଯାଉନି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe