ମଦ ପିଇ ଆମ୍ବୁଲାନ୍ସ ଚଳାଇବା ପଡିଲା ମହଙ୍ଗା: ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ବିଦା ହେଲେ ନିଶାସକ୍ତ ଡ୍ରାଇଭର

ଅଧାବାଟରେ ଅଟକିଲେ ରୋଗୀ । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବାବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଥିଲେ । ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ମହିଳାଙ୍କୁ ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ । 

20

କନକ ବ୍ୟୁରୋ : ମଦ୍ୟପାନ କରି ଆମ୍ବୁଲାନ୍ସ ଗାଡି ଚଳାଇବା ମହଙ୍ଗା ପଡିଲା ଡ୍ରାଇଭରଙ୍କୁ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଉଟସୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟରତ ଥିବା ଡ୍ରାଇଭରଙ୍କୁ ବାହାର କରାଯାଇଛି । ଚାଳକ ଅଜିତ ସତୁସଲ୍ୟଙ୍କୁ ଚାକିରିରୁ ବାହାର କରାଯିବା ସହ ଥାନାରେ ଏନେଇ ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ନିଶାରେ ଶୋଇପଡ଼ିଥିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବାବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଥିଲେ । ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ମହିଳାଙ୍କୁ ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ । 

୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପାରୁଆ ଗାଡ଼ି ଚାଳନା ସହ  ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଗାଡ଼ିରେ ଶୋଇ ପଡିଥିଲେ ।  ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ ।  ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe