କନକ ବ୍ୟୁରୋ : ନିଶାରେ ଝୁମୁଛନ୍ତି ଯୁବପିଢ଼ି । କ୍ୟାମ୍ପସରେ ବୁଲୁଛି ନିଶା ପୁଡିଆ । ଧଳା ଜହର ସାଜିଛି ବ୍ରେକଫାଷ୍ଟର ସ୍ୟାଣ୍ଡଉଇଚ୍ । ଯୁବପିଢ଼ିଙ୍କ ମଧ୍ୟରେ ଡ୍ରଗ୍ସ ଓ ନାର୍କୋଟିକ୍ ସେବନ ବଢିବାରେ ଲାଗିଛି । ସ୍ଥିତି ଅଣାୟତ୍ତ ହେଉଥିବା ଜାଣି ଆକ୍ସନ ମୋଡକୁ ଆସିଲେ ସରକାର । ନିଷ୍ପତ୍ତି ହୋଇଛି ସବୁ ମହାବିଦ୍ୟାଳୟ କ୍ୟାମ୍ପସ ହେବ ନିଶାମୁକ୍ତ । ତୁରନ୍ତ ପଦକ୍ଷେପ ନେବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଖୋଲିଛି ମେଣ୍ଟାଲ ହେଲଥ୍ ଆଣ୍ଡ୍ ନର୍ମାଲସି ଅଗମେଣ୍ଟେସନ୍ ସିଷ୍ଟମ ପୋର୍ଟାଲ । ଯଦି ଡ୍ରଗସ୍ କାରବାରର ସୁରାକ ମିଳେ, ତେବେ ଯେ କେହି ଜାତୀୟ ହେଲ୍ପଲାନ୍ ନମ୍ୱର ୧୯୩୩କୁ ଅଭିଯୋଗ କରିପାରିବେ । ସର୍ତ୍ତ ରହିଛି ଯେ ନାମ ଗୋପନ ରହିବ ।
ଅନ୍ୟପଟରେ ବୁଧବାର ରାଜଧାନୀରୁ ଏଲ୍.ଏସ୍.ଡି ଜବତ ପରେ, ଆନ୍ତର୍ଜାତିକ ନିଶା କାରବାର ସହ ଓଡିଶା ଲିଙ୍କ ସାମ୍ନାକୁ ଆସିଛି । ଗିରଫ ଇଞ୍ଜିନିୟରିଂ ଛାତ୍ରଙ୍କୁ ତୁହାକୁ ତୁହା ଜେରା ପରେ ବିଦେଶୀ ମାଫିଆଙ୍କ ଲିଙ୍କ ତଥ୍ୟ ମିଳିଛି । ଏହି ପ୍ରସଙ୍ଗକୁ ବଳ ଦେଇଛି କନ୍ଧମାଳରୁ ଗଞ୍ଜେଇ ଜବତ ଘଟଣା । ଏହି ମାମଲାରେ ୫ ଇଞ୍ଜିନିୟରିଂ ଛାତ୍ରଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ଅତଏବ ନିଶା ମାଫିଆ କେବଳ ଯୁବ ବର୍ଗଙ୍କୁ ଟାର୍ଗେଟ କରିଛନ୍ତି ତା ନୁହେଁ, ଗାଁ ଯାଏଁ ବି ପହଞ୍ଚିଗଲେଣି ।
ଏବେ ପ୍ରଶ୍ନ ଉଠୁଛି, କାହିଁକି ଛାତ୍ରଙ୍କ ଭିତରେ ନିଶା ପ୍ରତି ଏତେ ଆଗ୍ରହ ? କ୍ୟାମ୍ପସରେ ହେଉଥିବା ନିଶା କାରବାର ପଛରେ କିଏ ? କ୍ୟାମ୍ପସ୍କୁ ନିଶାମୁକ୍ତ ଅଭିଯାନ ସଫଳ ହେବ ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/24/drugs-mafia-2025-07-24-20-22-33.jpg)