କନକ ବ୍ୟୁରୋ : କଟକକୁ ଲମ୍ବିଲାଣି ନିଶା କାରବାରର ଚେର । ବର୍ଷ ଆରମ୍ଭରୁ ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ । ବାଂଲାଦେଶରୁ ଭାୟା କୋଲକାତା ଏବଂ ବାଲେଶ୍ୱର ଦେଇ ସିଲ୍‌ଭର ସିଟିକୁ ଆସୁଛି ବ୍ରାଉନସୁଗାର । ଯାହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Advertisment

୨୦୨୬ ଜାନୁଆରି ମାସ ପ୍ରଥମ ସପ୍ତାହ ୨ ରୁ- କଟକରୁ ଜବତ ହେଲା ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୩ ଜାନୁଆରି- ୬ ଲକ୍ଷ ଟଙ୍କାର ଗଂଜେଇ ଜବତ। ଖାଲି ଜାନୁଆରି କାହିଁକି, ଏହା ପୂର୍ବରୁ ଡିସେମ୍ବର ମାସରେ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‌ ୯ଥର ଚଢ଼ାଉ କରି ଜବତ କରିଥିଲା ଦେଢ଼ କୋଟି ଟଙ୍କାର ଧଳା ଜହର । ସେହିପରି ଜିଲ୍ଲା ଅବକାରୀ ଟିମ୍‌ର ରେଡ୍‌ ବେଳେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ଏଥିରୁ ସ୍ପଷ୍ଟ ହେଉଛି, କିଭଳି ଭାବେ କଟକ ପାଲଟିଲାଣି ନିଶା କାରବାରର ହବ୍ । ଏଥିରେ ରୋକ୍ ଲଗାଇବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ।

ନିଶା କାରବାରରେ ରୋକ୍ ଲଗାଇବା ଲାଗି ସ୍ୱତନ୍ତ୍ର ଡ୍ରାଇଭ୍ ସହ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଘଟଣାକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ କ୍ଷୋଭ ପ୍ରକାଶ କରିଛନ୍ତି । ପୁଲିସ କଡ଼ା ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।