ରାଉରକେଲାରେ ଡବଲ ମର୍ଡର; ଭାଇ ଓ ଭାଉଜଙ୍କୁ ଫାର୍ଶାରେ ହାଣିଲା ସାନ ଭାଇ

ବିଶ୍ରା ବ୍ଲକ ମୋନକୋ ପଞ୍ଚାୟତ ଚିରୁବେଡ଼ା ଗାଁରେ ହତ୍ୟାକାଣ୍ତ । ଜମି ବିବାଦକୁ ନେଇ ଡବଲ ମର୍ଡର ହୋଇଥିବା ନେଇ ସୂଚନା ମିଳିଛି ।

Double murder

Photograph: (Kanak News)

କନକ ବ୍ୟୁରୋ : ରାଉରକେଲା ଚିରୁବେଡ଼ା ଗାଁରେ ଡବଲ ମର୍ଡର । ବିଶ୍ରା ବ୍ଲକ ମୋନକୋ ପଞ୍ଚାୟତ ଚିରୁବେଡ଼ା ଗାଁରେ ହତ୍ୟାକାଣ୍ତ । ଜମି ବିବାଦକୁ ନେଇ ଡବଲ ମର୍ଡର ହୋଇଥିବା ନେଇ ସୂଚନା ମିଳିଛି । ଭାଇ ଓ ଭାଉଜଙ୍କୁ ଫାର୍ଶାରେ ହାଣି ହତ୍ୟା କଲା ସାନ ଭାଇ । ଶନିବାର ସନ୍ଧ୍ୟା ସମୟରେ ଘଟିଛି ଏହି ହତ୍ୟାକାଣ୍ତ ।

ସେପଟେ ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମାନଗର ଅଞ୍ଚଳରେ କିଛି ସମୟ ପୂର୍ବେ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍‌ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe