କନକ ବ୍ୟୁରୋ : ରାଉରକେଲା ଚିରୁବେଡ଼ା ଗାଁରେ ଡବଲ ମର୍ଡର । ବିଶ୍ରା ବ୍ଲକ ମୋନକୋ ପଞ୍ଚାୟତ ଚିରୁବେଡ଼ା ଗାଁରେ ହତ୍ୟାକାଣ୍ତ । ଜମି ବିବାଦକୁ ନେଇ ଡବଲ ମର୍ଡର ହୋଇଥିବା ନେଇ ସୂଚନା ମିଳିଛି । ଭାଇ ଓ ଭାଉଜଙ୍କୁ ଫାର୍ଶାରେ ହାଣି ହତ୍ୟା କଲା ସାନ ଭାଇ । ଶନିବାର ସନ୍ଧ୍ୟା ସମୟରେ ଘଟିଛି ଏହି ହତ୍ୟାକାଣ୍ତ ।
ସେପଟେ ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମାନଗର ଅଞ୍ଚଳରେ କିଛି ସମୟ ପୂର୍ବେ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ ।