ବେଙ୍ଗାଲୁରୁରେ ଗାଡ଼ି ଚଢ଼ାଇ ଡେଲିଭରି ବୟଙ୍କୁ ହତ୍ୟା: ସାମାନ୍ୟ କଥାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଗାଡ଼ି ଚଢ଼ାଇଥିବା ଅଭିଯୋଗ

ଡେଲିଭରି ବୟଙ୍କୁ କାର ଚଢ଼ାଇ ହତ୍ୟା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଏଭଳି ଚାଞ୍ଚଲ୍ୟକର ଦୁର୍ଘଟଣାର ଭିଡିଓ । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

35

Delivery boy murdered by being run over with a car! Photograph: (kanaknews)

କନକ ବ୍ୟୁରୋ: ବେଙ୍ଗାଲୁରୁରେ ଗାଡ଼ି ଚଢ଼ାଇ ଡେଲିଭରି ବୟଙ୍କୁ ହତ୍ୟା । ଡେଲିଭରି ବୟଙ୍କୁ କାର ଚଢ଼ାଇ ହତ୍ୟା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଏଭଳି ଚାଞ୍ଚଲ୍ୟକର ଦୁର୍ଘଟଣାର ଭିଡିଓ । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଦକ୍ଷିଣ ବେଙ୍ଗାଲୁରୁର ନଟରାଜ ଲେଆଉଟ୍‌ରେ ଗତ ୨୫ ତାରିଖ ରାତି ପ୍ରାୟ ୯ଟା ସମୟରେ ଏକ ଭୟଙ୍କର ଘଟଣା ଘଟିଛି । ୨୪ ବର୍ଷୀୟ ଫୁଡ୍‌ ଡେଲିଭରି ଏଜେଣ୍ଟ ଦର୍ଶନଙ୍କୁ ଏକ ଦମ୍ପତି ଜାଣିଶୁଣି କାର ଚଢ଼ାଇ ହତ୍ୟା କରିଛନ୍ତି । ଅଭିଯୁକ୍ତ ଦମ୍ପତି  ହେଲେ ମନୋଜ କୁମାର ଓ ଆରତି ଶର୍ମା । ଦମ୍ପତିଙ୍କ କାରରେ ଡେଲିଭରି ବୟଙ୍କ ଗାଡ଼ି ବାଜି ଯିବାରୁ ରାଗରେ ସେମାନେ ତା‘ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ପ୍ରାୟ ୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଯିବା ପରେ କାର୍  ମଡ଼ାଇ ହତ୍ୟା କରିଥିବା ସିସିଟିଭିରେ କଏଦ ହୋଇଛି । ମୃତ ଡଲିଭରି ବୟ ଦର୍ଶନ ତାଙ୍କ ବାପାମାଓ ଓ ଭଉଣୀଙ୍କ ସହ ରହୁଥିଲେ । ଏବେ ପୂରା ପରିବାର ଉପରେ ଦୁଃଖର ପାହଡ଼ ଲଦି ହୋଇପଡ଼ିଛି । ଦର୍ଶନଙ୍କ ପରିବାର ତରଫରୁ ହିଟ୍‌-ଏଣ୍ଡ୍‌-ରନ୍‌ କେସ୍‌ ରୁଜୁ ହୋଇଛି ।  ପୁଲିସ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି  ୧୪ ଦିନର  ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ପୁଲିସ । 

ଜେଲ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଚେତିଲା ବିଭାଗ ; ଜେଲରେ ହେବ ବଡ଼ଧରଣର ସିକ୍ୟୁରିଟି ଯାଞ୍ଚ

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ
ଡେଲିଭରି ବୟଙ୍କୁ ଗାଡ଼ି ଚଢ଼ାଇ ହତ୍ୟା!
ରାଗ ଚିଡ଼ିବାରୁ ଗାଡ଼ି ଚଢ଼ାଇ ମାରିଦେଲେ!
ବେଙ୍ଗାଲୁରୁରେ ଗାଡ଼ି ଚଢାଇ ଡେଲିଭରି ବୟଙ୍କୁ ହତ୍ୟା
ସିସିଟିଭିରେ ଚାଞ୍ଚଲ୍ୟକର ଘଟଣାର ଭିଡିଓ କଏଦ
ମୃତକ ହେଲେ ୨୪ ବର୍ଷୀୟ ଫୁଡ୍‌ ଡେଲିଭରି ବୟ ଦର୍ଶନ
ମାର୍ସଲ ଆର୍ଟ ଟ୍ରେନର ଓ ତାଙ୍କ ପତ୍ନୀ ମିଶି ଚଢ଼ାଇଦେଲେ ଗାଡ଼ି
ଡେଲିଭରି ବୟଙ୍କ ଗାଡ଼ି ବାଜି ଯିବାରୁ ରାଗରେ ଚଢ଼ାଇଦେଲେ ଗାଡ଼ି
ସିସିଟିଭି ଭିଡିଓ ଯାଞ୍ଚ ପରେ ଦମ୍ପତି ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe