ଦିଲ୍ଲୀ ପୁଲିସର ଅପରେସନ ଗ୍ୟାଙ୍ଗ ବଷ୍ଟ: ୪୮ଘଣ୍ଟାରେ ଚଢ଼ାଉ କଲେ ୯ହଜାରରୁ ଅଧିକ ପୁଲିସ

Advertisment

ଦିଲ୍ଲୀରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଏକ ବଡ଼ ଧରଣର ଅଭିଯାନ 'ଅପରେସନ ଗ୍ୟାଙ୍ଗ-ବଷ୍ଟ ୨୦୨୬' ଆରମ୍ଭ କରିଛି । ମାତ୍ର ୪୮ ଘଣ୍ଟା ମଧ୍ୟରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮୫୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅପରାଧୀଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଶୁଟର, ଡ୍ରଗ୍ସ କାରବାରୀ ଏବଂ ବିଭିନ୍ନ ଗ୍ୟାଙ୍ଗର ସଦସ୍ୟ ସାମିଲ ଅଛନ୍ତି ।

ଦିଲ୍ଲୀରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଏକ ବଡ଼ ଧରଣର ଅଭିଯାନ 'ଅପରେସନ ଗ୍ୟାଙ୍ଗ-ବଷ୍ଟ ୨୦୨୬' ଆରମ୍ଭ କରିଛି । ମାତ୍ର ୪୮ ଘଣ୍ଟା ମଧ୍ୟରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮୫୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅପରାଧୀଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଶୁଟର, ଡ୍ରଗ୍ସ କାରବାରୀ ଏବଂ ବିଭିନ୍ନ ଗ୍ୟାଙ୍ଗର ସଦସ୍ୟ ସାମିଲ ଅଛନ୍ତି ।

Delhi Crime

Delhi Crime Photograph: (Kanak News)

କନକ ବ୍ୟୁରୋ: ଦିଲ୍ଲୀ ପୁଲିସର ବଡ଼ ଆକ୍ସନ । 'ଅପରେସନ ଗ୍ୟାଙ୍ଗ-ବଷ୍ଟ'ରେ ୨ ଦିନରେ ୮୫୦ରୁ ଅଧିକ ଅପରାଧୀ ଗିରଫ । ଦିଲ୍ଲୀରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ ଏକ ବଡ଼ ଧରଣର ଅଭିଯାନ 'ଅପରେସନ ଗ୍ୟାଙ୍ଗ-ବଷ୍ଟ ୨୦୨୬' ଆରମ୍ଭ କରିଛି । ମାତ୍ର ୪୮ ଘଣ୍ଟା ମଧ୍ୟରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮୫୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅପରାଧୀଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଶୁଟର, ଡ୍ରଗ୍ସ କାରବାରୀ ଏବଂ ବିଭିନ୍ନ ଗ୍ୟାଙ୍ଗର ସଦସ୍ୟ ସାମିଲ ଅଛନ୍ତି । ପୁଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ସ୍ପେଶାଲ ଡ୍ରାଇଭ ଚାଲିଥିଲା, ଯେଉଁଥିରେ ସହରର ସମସ୍ତ ଜିଲ୍ଲା ପୁଲିସ ଏବଂ ସ୍ପେଶାଲ ସେଲ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜଧାନୀରେ ଚାଲିଥିବା ସଂଗଠିତ ଅପରାଧ ଏବଂ ନିଶା କାରବାରର ମେରୁଦଣ୍ଡ ଭାଙ୍ଗିବା । ପୁଲିସ ଅନେକ ସ୍ଥାନରୁ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ନିଶାଦ୍ରବ୍ୟ ମଧ୍ୟ ଜବତ କରିଛି । ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତା ସ୍ୱାଗତ କରିଛନ୍ତି ।

ପୋଙ୍ଗଲ ଉପହାର ମାଧ୍ୟମରେ ତାମିଲ ନେତାଙ୍କ ନିର୍ବାଚନୀ ପ୍ରଚାର

ସମଗ୍ର ଦିଲ୍ଲୀର ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ 
ସଂଗଠିତ ଗ୍ୟାଙ୍ଗ ଏବଂ ଲରେନ୍ସ ବିଷ୍ଣୋଇ ଭଳି ଗୋଷ୍ଠୀର ସହଯୋଗୀଙ୍କୁ ଧରିବା ମୁଖ୍ୟ ଲକ୍ଷ୍ୟ 
ଅନେକ ହତ୍ୟା ଏବଂ ବଟି ଆଦାୟ ମାମଲାରେ ସମ୍ପୃକ୍ତ ୫୦ରୁ ଅଧିକ ସୁଟରଙ୍କୁ କାବୁ କରାଯାଇଛି
ଡ୍ରଗ୍ସ ପେଡଲରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ଧରାଯାଇଛି
ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ ବନ୍ଧୁକ ଏବଂ ଗୁଳି ଜବତ 
ଅପରାଧୀଙ୍କୁ ଟ୍ରାକ୍‌ କରିବା ପାଇଁ ଡ୍ରୋନ୍‌ ଏବଂ ଡିଜିଟାଲ ନିରୀକ୍ଷଣର ସାହାଯ୍ୟ ନିଆଯାଇଥିଲା
କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବେଆଇନ ସମ୍ପତ୍ତିକୁ ମଧ୍ୟ ଚିହ୍ନଟ କରାଯାଇ ସିଲ୍ କରାଯାଇଛି
ପୁଲିସ ସୂଚନା ଅନୁସାରେ, ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe