ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତ୍ୟୁ ଘଟଣା; କାଠଗଡ଼ାରେ କାହିଁକି କାନ୍ଦିଲା ସଇତାନ ସ୍ବାମୀ ଦୀପକ? ପଢ଼ନ୍ତୁ...

କିଛି ସମୟ ପାଇଁ ଚୁପ୍ ରହିଥିଲା ଦୀପକ, ଆଖି ଛଳ ଛଳ କରି କହିଥିଲା ନାଁ ମୁଁ କୌଣସି ଓକିଲ ଦେବାକୁ ଚାହୁନି । ତେବେ କୋର୍ଟ ଏନେଇ ସରକାରଙ୍କ ତରଫରୁ ଓକିଲ ଯୋଗାଇ ଦେବାକୁ କହିଥିଲେ ।

20

କନକ ବ୍ୟୁରୋ: ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ସଇତାନ ସ୍ୱାମୀ ଦୀପକ ରାଉତ । କୋର୍ଟ ରୁମର କାଠଗଡାରେ ଛିଡ଼ା ହୋଇଥିଲା । ତା ବିରୋଧରେ ଲାଗିଥିବା ସଙ୍ଗିନ ଦଫା ବାବଦରେ ସରକାରୀ ଓକିଲ କହିବା ପରେ, ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡିବ ବୋଲି କୋର୍ଟ କହିଥିଲେ । କୋର୍ଟ ପଚାରିଥିଲେ- ତୁମ କେସ୍ ଲଢ଼ିବାକୁ କ’ଣ କେହି ଓକିଲ ନାହାନ୍ତି? କିଛି ସମୟ ପାଇଁ ଚୁପ୍ ରହିଥିଲା ଦୀପକ, ଆଖି ଛଳ ଛଳ କରି କହିଥିଲା ନାଁ ମୁଁ କୌଣସି ଓକିଲ ଦେବାକୁ ଚାହୁନି । ତେବେ କୋର୍ଟ ଏନେଇ ସରକାରଙ୍କ ତରଫରୁ ଓକିଲ ଯୋଗାଇ ଦେବାକୁ କହିଥିଲେ । ଅଭିଯୁକ୍ତ ବିରୋଧରେ ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗିନ ଦଫା ଲାଗିଛି ।

ସେପଟେ ରିଲ୍ସ ପରେ କନକ ନ୍ୟୁଜ ହାତରେ ଲାଗିଛି ଶୁଭମିତ୍ରାଙ୍କ ଶେଷ ପ୍ରେସକ୍ରିପ୍ସନ । ଜୁଲାଇ ୨୧ତାରିଖ ଦିନ ୧୦ଟା ୨୧ମିନିଟ ସମୟରେ ଡାକ୍ତରଖାନା ଯାଇଥିଲେ ଶୁଭମିତ୍ରା । ବିଭିନ୍ନ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଯାଇଥିଲେ ଶୁଭମିତ୍ରା । ଡାକ୍ତର ତାଙ୍କୁ କିଛି ଔଷଧ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ତେବେ ତାଙ୍କ ପ୍ରେସକ୍ରିପ୍ସନ ଅନୁଯାୟୀ ତାଙ୍କର ‘ଟିଏସ୍‌ଏଚ୍‌’ ସାମାନ୍ୟ ଠାରୁ କମ୍‌ ଥିବା ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe