କନକ ବ୍ୟୁରୋ : ନାଁ- ଛବୀନ୍ଦ୍ର ନାୟକ, ଘର ବାଣପୁର ଥାନା ଅଧିନ ଦାଶରଥୀପୁର । ଚୋରା ମଦ କାରବାର ଅଭିଯୋଗରେ ଶନିବାର ସନ୍ଧ୍ୟାରେ ଥାନାକୁ ଉଠାଇ ନେଇଥିଲା ପୁଲିସ । ଛବିନ୍ଦ୍ରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବା ସହ ଥାନାରେ ଅଟକ ରଖିଥିଲା । ଆଉ ସକାଳୁ ସକାଳୁ ବାଣପୁର ଥାନା, ଛବିନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିବା ପରେ, ଡାକ୍ତର ମୃତ ଘୋଷଣା କରିଥଲେ । ଗୋଟିଏ ରାତି ଭିତରେ ଏମିତି କଣ ହୋଇଗଲା ଆଉ ଛବିନ୍ଦ୍ରଙ୍କର କେମିତି ମୃତ୍ୟୁ ହୋଇଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର । କହିଛନ୍ତି, ରାତିରେ ଥାନା ଭିତରେ କ’ଣ ଘଟିଛି, ସେସବୁ ଗୋଟିଗୋଟି କରି ସିସିଟିଭିରେ ରେକର୍ଡ ରହିଥିବ । ତେଣୁ ସେସବୁକୁ ସାର୍ବଜନୀନ କରିବା ପରେ ପୂରା ଘଟଣା ସ୍ପଷ୍ଟ ହେବ। ଛବିନ୍ଦ୍ରଙ୍କ ମୃତ୍ୟୁ ନୁହେଁ, ବରଂ ତାଙ୍କୁ ପୁଲିସ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।
କ୍ୟାପିଟାଲ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବାଣପୁର ପୁଲିସ ମୃତ ଦେହର ଶବ ବ୍ୟବଛେଦ କରିବା ସହ, ଛବୀନ୍ଦ୍ରଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତି କରି ତଦନ୍ତ କରୁଛି । ହେଲେ କେଉଁ କାରଣରୁ ଏବଂ କିଭଳି ପରିସ୍ଥିତିରେ ଛବିନ୍ଦ୍ରଙ୍କ ମୃତ୍ୟୁ ହେଲା, ସେନେଇ ପୁଲିସ ପାଟି ବନ୍ଦ ।
ଅଧିକ ପଢ଼ନ୍ତୁ : ଶେଯରେ ପରିସ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ମାଡ଼, ବରିଷ୍ଠ ଛାତ୍ରଙ୍କ ମାଡ଼ରେ ପିଠିରେ ପଡ଼ିଲା ନୋଳା
ଥାନାକୁ ଯାଇଥିବା ସେହି ୧୨ ଘଣ୍ଟା ଭିତରେ ଛବୀନ୍ଦ୍ରଙ୍କ ସହ କ’ଣ ଘଟିଲା ? ଥାନା ହାଜତରେ ଦିଆ ଯାଇଥିଲା କି ଥାର୍ଡଡିଗ୍ରି ? ଅଭିଯୁକ୍ତ ହୋଇଯାଇଥିଲେ ହେଲେ, କେମିତି ଶବ ହୋଇ ଫେରିଲେ ଛବୀନ୍ଦ୍ର ? ହାଜତ ମୃତ୍ୟୁ ଅଭିଯୋଗ ପରେ, ବାଣପୁର ପୁଲିସ ପାଇଁ ଅଡୁଆ ବଢିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/custodial-death-2025-12-14-21-01-37.jpg)