କନକ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଆଜି ପୁଣି କ୍ରାଇମ୍ବ୍ରାଞ୍ଚ ଟିମ୍ର ଛାନ୍ଭିନ୍ । କ୍ରାଇମ୍ବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ସ୍ପେଶାଲ ସ୍କ୍ୱାର୍ଡର ୩ଟି ଟିମ୍ ଓ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍ ମଧ୍ୟ ଆଜି ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି । ୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ କରୁଛି ସାଇବର ପୁଲିସ ।
ଅନ୍ଲାଇନ୍ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୋଲିସ ପଚାରଉଚରା କରୁଛି । ହେଲେ ୩ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । କିଏ ଓ କାହିଁକି ନାବାଳିକା ଦେହରେ ନିଆଁ ଲଗାଇଲା ତାହା ଏଯାଏ ଜଣାପଡ଼ିନାହିଁ । ଏହାରି ଭିତରେ ନାବାଳିକା ପୀଡ଼ିତାଙ୍କୁ ସହାୟତା କରିଥିବା ଦୁଃଖୀଶ୍ୟାମ୍ ସେନାପତିଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ପୁଣି ପୀଡ଼ିତାଙ୍କ ହୋଇପାରେ ବୟାନ ରେକର୍ଡ । ଦିଲ୍ଲୀ ଏମ୍ସ ଯଦି ଅନୁମତି ଦିଏ ତେବେ ଆଜି ପୁଲିସ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରିପାରେ । ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ସ୍ୱାସ୍ଥ୍ୟ ଭଲ ଅଛି । ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/22/balanga-case-2025-07-22-13-42-49.jpg)