କନକ ବ୍ୟୁରୋ : ରାଉଲକେଲାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଗତକାଲି ରଘୁନାଥ ପଲ୍ଲୀ ଥାନା ପଛପଟେ ଥିବା ରେଳ ଟ୍ରାକରେ ଜଣେ ଯୁବତୀ ଦୌଡୁଥିବା କିଛି ଲୋକ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତେବେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଅଧିକ ତଦନ୍ତ କରୁଛି ପୁଲିସ । 

Advertisment

ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଖାସକରି ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି । ଦର୍ଶନୀୟ ସ୍ଥାନ ହେଉ କି ପର୍ଯ୍ୟଟନ ସ୍ଥାନ ସବୁ ସ୍ଥାନରେ ମହିଳାଙ୍କୁ ନିର୍ଯାତନା ଦିଆଯିବାର ଖବର ଆସୁଛି । ଏହାରି ଭିତରେ ରାଉରକେଲାର ଏହି ଦୁଷ୍କର୍ମ ଖବର ସମସ୍ତଙ୍କୁ ଚକ୍କିତ କରିଦେଇଛି । କାହିଁକି ନା ପୁଲିସ ଥାନା ପଛପଟେ ଅପରାଧ ଘଟାଉଛନ୍ତି ଅପରାଧୀ । ମନରେ ପୁଲିସ ପ୍ରତି କୌଣସି ଡର ବି ନାହିଁ । ଆଉ ଅନ୍ୟପଟେ ଏତେ ବଡ଼ ଘଟଣା ଘଟିଯାଇଥିଲେ ବି ପୁଲିସ କାନକୁ କଥା ପହଞ୍ଚୁନି । ସବୁ ସରିବା ପରେ ପୁଲିସ ନିଦ ଭାଙ୍ଗୁଛି । ଗିରଫ କରି ପଚରାଉଚରା କରାଯାଉଛି । ଏଭଳି ପରିସ୍ଥିତିରେ ଗୋଟିଏ ପ୍ରଶ୍ନ ସମ୍ନାକୁ ଆସୁଛି, କଣ ମହିଳାମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘର ଭିତରେ ନିଜକୁ ବନ୍ଦି କରି ରଖିବେ?