କଟକ ବିଡାନାସୀରେ ଦମ୍ପତିଙ୍କୁ ଆକ୍ରମଣ; ପୂର୍ବ ଶତ୍ରୁତାକୁ ନେଇ ଛୁରୀରେ ଆକ୍ରମଣ କଲା ଯୁବକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ କରିଥିଲା । ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କରିଥିଲା ।

crime in Cuttack

Photograph: (Kanak News)

କନକ ବ୍ୟୁରୋ : କଟକ ବିଡାନାସୀ ନୂଆସାହି ଅଞ୍ଚଳରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ କରିଥିଲା । ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଆକ୍ରମଣରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ ଏସ୍‌ସିବି ପଠାଇଛି ପୋଲିସ୍ । ଆହତ ସ୍ୱାମୀ ସୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ । ସୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୁଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe