କନକ ବ୍ୟୁରୋ : ଜଙ୍ଗଲ ବାବୁଙ୍କ ଜମିଦାର ନିଶା । ପ୍ଲଟ୍ ଓ ଆଉ ଜମି ଖୋଜିଖୋଜି ଭିଜିଲାନ୍ସ ଅଧିକାରୀଙ୍କ ଝାଳ ବୋହିଗଲାଣି । ଲାପଟପ୍ ଧରି ହିସାବ ଚାଲିଛି । ନକ୍ସା ବୁଝିବାକୁ ଅମିନ ଡକାଯାଇଛି । ପଟ୍ଟା, ପାଉତିରେ ଭର୍ତ୍ତି ହୋଇଛି ପଲଙ୍କ । ହଜାର ହଜାର କାଗଜ ଗଦା ଭିତରୁ ମିଳିଛି ୧୧୫ ପ୍ଲଟ୍ର ହିସାବ ।
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଜମି ନିଶା ଦେଖି ଟେରା ହୋଇଯାଇଛି ପୂରା ଓଡ଼ିଶା । ଘର ରାଜମହଲ ବନାଇଛନ୍ତି, ଲକ୍ଷଲକ୍ଷ ଟଙ୍କାର ସାଗୁଆନ କାଠରେ କାମ ହୋଇଛି । ଭିଜିଲାନ୍ସ ଯେତିକି ଖୋଳୁଛି, ବାବଙ୍କୁ ସମ୍ପତ୍ତି ବଢ଼ି ବଢ଼ି ଚାଲିଛି । କେନ୍ଦୁଝରର ଏହି କରିତକର୍ମା ବାବୁ କେମିତି ରାତାରାତି କୋଟିପତି ହେଲେ, ସେନେଇ ଝାଳବୁହା ଜେରା ଚାଲିଛି । ୧୯୯୨ ଏପର୍ଯ୍ୟନ୍ତ ଅନୁଗୁଳ ଛେଣ୍ଡିପଦାରେ କୋଟି କୋଟି ଟଙ୍କାର ୧୧୫ ପ୍ଲଟ କିଣିଛନ୍ତି ।
୨୦୨୨ରୁ ୨୦୨୪ ଭିତରେ ୮ଟି ଏବଂ ୨୦୨୪ ପରଠାରୁ ଆଉ ଦୁଇଟି ପ୍ଲଟ୍ କିଣିବା ପରେ ତାଙ୍କ ଉପରେ ଭିଜିଲାନ୍ସର ନଜର ପଡ଼ିଥିଲା । ବାବୁଙ୍କ ନାଁରେ ୫୩ଟି, ସ୍ତ୍ରୀଙ୍କ ନାଁରେ ୪୨ଟି, ଦୁଇ ପୁଅଙ୍କ ନାଁରେ ୧୬ଟି ଏବଂ ଝିଅ ନାଁରେ ରହିଛି ୪ଟି ପ୍ଲଟ୍ । ମିଳିଥିବା ମାଳମାଳ ସୁନା, ରୁପା ଗହଣା ଟଙ୍କାକୁ ନେଇ ହିସାବ ନିକାସ ଚାଲିଛି । ଏବେବି ଲକର ଖୋଲା ହୋଇନି । ଏହାସହିତ ବୀମା, ବ୍ୟାଙ୍କରେ ଥିବା ଟଙ୍କାର ହିସାବ ହୋଇନି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଥିବା ତଥ୍ୟ କହୁଛି, ବାବୁଙ୍କ ସମ୍ପତ୍ତି ୧୦ କୋଟିରୁ ଊର୍ଦ୍ଧ୍ୱ । ଜଙ୍ଗଲ ଦାୟିତ୍ୱରେ ଥିବା ଏହି ସରକାରୀ ବାବୁଙ୍କ ଏକର ଏକର ଜମି କିଣିବା । ଆଉ ଶାଗୁଆନ କାଠ ପ୍ରେମ ଜଙ୍ଗଲ ବାବୁଙ୍କ ପୋଲ ଖୋଲି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/21/corrupt-forest-officer-2025-07-21-09-17-42.jpg)