କନକ ବ୍ୟୁରୋ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନପାରି ହଷ୍ଟେଲ ଛାତରୁ ଡେଇଁ ନବନଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ୩ ମହଲା ହଷ୍ଟେଲ ଛାତରୁ ଡେଇଁ ମେରୁଦଣ୍ଡ ହାଡ଼ ଭାଙ୍ଗିବାରୁ ଏବେ ବିଛଣାରେ ଛାତ୍ରୀ ଜଣଙ୍କ । ମୟୁରଭଞ୍ଜ ବେତନଟୀ ଥାନା ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାନନବାଳା କରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏହାକୁ ନେଇ ଶିକ୍ଷୟିତ୍ରୀ କାନନବାଳାଙ୍କ ବିରୋଧରେ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା ।
ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷୟିତ୍ରୀ କାନନବାଳା କରଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଘଟଣାରେ ବେତନଟୀ ପୁଲିସ ମାମଲା ରୁଜୁ କରିଛି । ସେପଟେ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ପ୍ରମୁଖ ଅଧିକାରୀଗଣ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଙ୍କ ବୟାନ ନେବାପରେ ପ୍ରଧାନ ଶିକ୍ଷୟିତ୍ରୀ କାନନବାଳା କରଙ୍କୁ ଚାକିରୀରୁ ନୀଳମ୍ବିତ କରିଛନ୍ତି ।