କନକ ବ୍ୟୁରୋ: ମହାନଦୀ ବ୍ରିଜରୁ ଡେଇଁଥିବା ନବମ ଶ୍ରେଣୀ ଛାତ୍ରୀ ସୁକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ଗୋବିନ୍ଦତଲା ନିକଟରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଛାତ୍ରୀ ସମ୍ବଲପୁର ବୁଢାରଜା ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ । ସେ ବାପା ମାଆ ଛେଉଣ୍ଡ । ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ତେବେ ମହାନଦୀକୁ କାହିଁକି ଡେଇଁ ପଡିଥିଲେ, ତାର କାରଣ ଜଣାପଡିନାହିଁ । ବ୍ରିଜ ଉପରୁ ଏକ ବ୍ୟାଗ ଉଦ୍ଧାର ହୋଇଛି ଏବଂ ସେଥିରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି ।
ମହାନଦୀକୁ ଡେଇଁପଡିଥିବା ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର...
ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଛାତ୍ରୀ ସମ୍ବଲପୁର ବୁଢାରଜା ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ।
/kanak/media/media_files/2025/08/24/33-2025-08-24-10-16-48.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)