କନକ ବ୍ୟୁରୋ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରାରାଜ୍ୟ ସ୍ତବ୍ଧ । ଜଳୁଛି ଚାନ୍ଦବାଲି । ସ୍ଥାନୀୟ ଲୋକେ ରାଗି ନିଆଁ । ଗତକାଲି ରାତି ସାରା ଲୋକେ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ପରେ ଆଜି ଅଭିଯୁକ୍ତର ଘର ଭାଙ୍ଗିଛନ୍ତି । ଅନ୍ୟପଟେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ସହ ଅଧିକ ଛାନଭିନ ଜାରି ରଖିଛି ପୁଲିସ । ଆଉ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି ।
କୁନିଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଅଶାନ୍ତ ଚାନ୍ଦବାଲି । ରାଗ ଶାନ୍ତ ହୋଇନି । ଆଜି ଅଭିଯୁକ୍ତର ଘର ଭାଙ୍ଗିଛନ୍ତି । ନୃଶଂସତାର ସୀମା ଟପିଥିବା ନରପିଶାଚକୁକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ମଙ୍ଗଳବାର ଦିନ ପ୍ରାୟ ୧୨ଟା, ସ୍ଥାନ- ଚାନ୍ଦବାଲି ଏନ୍ଏସି, ମାଉସୀ ଘରକୁ ଆସିଥିବା ନାବାଳିକା ଘର ପାଖରୁ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ନିରାଶ ହୋଇ ସନ୍ଧ୍ୟାରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆରମ୍ଭ ହୋଇଥିଲା ଖୋଜାଖୋଜି । ରାତି ପ୍ରାୟ ୮ଟା ବେଳକୁ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ମଳିଥିଲା ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ । ଏହି ଘଟଣାରେ ସାରାରାଜ୍ୟ ସ୍ତବ୍ଧ ।
ଅଧିକ ପଢ଼ନ୍ତୁ : ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ; ମୁଖ୍ୟ ଅଭିଯୁକ୍ତ ଗିରଫ
କାଲି ଯାହାର ଖିଲି ଖିଲି ହସରେ ଘର ଫାଟୁଥିଲା, ଆଜି ତାର ନିଶ୍ଚଳ ଶରୀର ଦେଖି କାନ୍ଦ ବୋବାଳିରେ ଫାଟି ପଡୁଛି ଚାନ୍ଦବାଲି । ଦାବି ହୋଇଛି ଅଭିଯୁକ୍ତକୁ କଠୋର ଶାସ୍ତି ଦିଅ । ଅନ୍ୟପଟେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଚାନ୍ଦବାଲିର ଏହି ଲୋମଟାଙ୍କୁରା ଘଟଣା ପରେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ଭଦ୍ରକ ପୁଲିସ୍ । ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାର୍ଡ ସହାୟତାରେ ଅଧିକ ତଦନ୍ତ ଚଳାଇଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/24/heinous-crime-2025-12-24-22-07-29.jpg)