କନକ ବ୍ୟୁରୋ : ଚଳନ୍ତା କାରରୁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ । କୋଣାର୍କ-ଗୋପ ରାସ୍ତାର ବନାଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଘଟଣା । ମଙ୍ଗଳବାର ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ। ତେବେ ଫେରିବା ସମୟରେ ବନାଖଣ୍ଡି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ତା’ପରେ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ପୂର୍ବରୁ ଏକ କାରରେ ପିଛା କରୁଥିବା ଦୁଇ ଯୁବକ ହଠାତ କାର୍ଟିକୁ ଅଟକାଇ ଜୟ ଚକ୍ରବର୍ତ୍ତୀଙ୍କୁ କାର୍ ଭିତରୁ ଜୋର ଜବରଦସ୍ତ ଉଠାଇ ନେଇ ନିଜ କାର ମଧ୍ୟରେ ପୂରାଇ ନେଇ ଦ୍ରୁତଗତିରେ ଫେରାର ହୋଇ ଯାଇଥିଲେ । ଖବର ପାଇ କୋଣାର୍କ ପୁଲିସ ଓ ପୁରୀ ଜିଲ୍ଲା ଅତିରିକ୍ତ ଏସ୍ପି ଛାନଭିନ କରିଛନ୍ତି ।
କୋଣାର୍କରେ ଫିଲ୍ମ ଷ୍ଟାଇଲ୍ରେ ଯୁବକଙ୍କୁ ଅପହରଣ : ଭୁବନେଶ୍ବରର ଯୁବକଙ୍କୁ ଜୋର ଜବରଦସ୍ତ ଉଠାଇନେଲେ ୨ ଦୁର୍ବୃତ୍ତ
Advertisment
Follow Us