କନକ ବ୍ୟୁରୋ : ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ । ବୁଧବାର ଦିଲ୍ଲୀ ୫ଟି ସ୍କୁଲକୁ ବୋମା ମାଡ଼ ନେଇ ଧମକ ମିଳିଛି । ଲଗାତାର ତିନି ଦିନ ଧରି ଜାତୀୟ ରାଜଧୀନର ଶିକ୍ଷାନୁଷ୍ଠାନ ଗୁଡିକୁ ଧମକ ମିଳିଛି । ଗତ ୩ ଦିନରେ ୧୦ ଟି ସ୍କୁଲକୁ ଏଭଳି ଧମକ ମିଳିବା ପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସେଣ୍ଟ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ, ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଛି । ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିବା ସହ ସାରା ରାତି ସ୍କୁଲ ଷ୍ଟାଫ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି । ବୋମା ଧମକ ମିଳିଥିବା ସ୍କୁଲଗୁଡିକରେ ବୋମା ନିସ୍କ୍ରିୟକାରୀ ଟିମ୍, ଡଗ ସ୍କ୍ବାଡ୍, ସାଇବର ଏକ୍ସପର୍ଟ ଟିମ୍ ସହ ଦିଲ୍ଲୀ ପୁଲିସ ସ୍କୁଲଗୁଡିକରେ ଯାଞ୍ଚ କରିଛନ୍ତି । ଘଟଣାର ତଦନ୍ତ ଚାଳଇଥିବାରେ ସ୍କୁଲ କର୍ତୁପକ୍ଷ ଘଟଣା ଉପରେ ନଜର ରଖିଛନ୍ତି । ପିଲାଙ୍କ ମଧ୍ୟରେ ଭୟ ବଢୁଥିବାରୁ ପାଠପଢାରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଭୟରେ ଛାତ୍ରଛାତ୍ରୀ
ଦିଲ୍ଲୀର ସ୍କୁଲଗୁଡିକୁ ଲଗାତାର ବୋମା ଧମକ ମିଳିଛି
ବୁଧବାର ଦିଲ୍ଲୀ ୫ଟି ସ୍କୁଲକୁ ବୋମା ଥିବା ନେଇ ଧମକ ମିଳିଛି
ଲଗାତାର ତିନି ଦିନ ଧରି ଦିଲ୍ଲୀର ଶିକ୍ଷାନୁଷ୍ଠାନ ଗୁଡିକୁ ଧମକ ମିଳିଛି
ଗତ ୩ ଦିନରେ ୧୦ ଟି ସ୍କୁଲକୁ ଏଭଳି ଧମକ ମିଳିଛି
ବୋମା ଧମକ ଯୋଗୁ ଭୟରେ ଛାତ୍ରଛାତ୍ରୀ ଓ ଅଭିଭାବକ
ଦିଲ୍ଲୀର ସେଣ୍ଟ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ ସ୍କୁଲକୁ ଧମକ
ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଛି
ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିଦିଆଯାଇଛି    
ରାତିରେ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି ଷ୍ଟାଫ୍
ବୋମା ଧମକ ମିଳିଥିବା ସ୍କୁଲଗୁଡିକରେ ପୁଲିସର ଛାନଭିନ
ସ୍କୁଲରେ ବୋମା ନିସ୍କ୍ରିୟକାରୀ ଟିମ୍, ଡଗ ସ୍କ୍ବାଡ୍, ସାଇବର ଏକ୍ସପର୍ଟ ଟିମ୍ 
ଭୟ ବଢୁଥିବାରୁ ପାଠପଢାରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି